fbpx

ପାହାଡୀ ଝରଣାରୁ ଜଳଉତ୍ସର ସଞ୍ଚୟ ଓ ଉପଯୋଗ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଭୁବନେଶ୍ୱରରେ ପ୍ରଥମଥର ପାଇଁ ସ୍ୱାୟତ୍ତ ଶାସନରେ ଏସଟି ପ୍ରତିନିଧିଙ୍କ ଦକ୍ଷତା ବୃଦ୍ଧି ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଛନ୍ତି । ପାହାଡୀ ଝରଣାରୁ କିପରି ଜଳଉତ୍ସର ସଞ୍ଚୟ କରିହେବ ଓ ଏହାର ଉପଯୋଗ କରିହେବ, ସେନେଇ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଓଡିଶାର ୩ଟି ଆଦିବାସୀ ଜିଲ୍ଲା ଏହି ଯୋଜନାରେ ସାମିଲ ହୋଇଛି । ଯୋଜନା ପାଇଁ ସ୍ଥାନୀୟ ଜନଜାତି ପ୍ରତିନିଧିମାନଙ୍କୁ ତାଲିମ ପ୍ରଦାନ କରାଯିବ ।
ତେବେ ଆୟୋଜିତ କାର୍ଯ୍ୟକ୍ରମରେ ଝାଡଖଣ୍ଡ, ଛତିଶଗଡ ଓ ବିହାର ମଧ୍ୟ ସାମିଲ ହେବ ।

Get real time updates directly on you device, subscribe now.