fbpx

Western Coalfields ନିଯୁକ୍ତି: ୧୧୯୧ଟି ପଦ ପାଇଁ ବାହାରିଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ୱେଷ୍ଟର୍ଣ୍ଣ କୋଲ ଫିଲ୍ଡସ ପକ୍ଷରୁ ୧୧୯୧ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଟେକ୍ନିସିଆନ ଆପ୍ରେଣ୍ଟିସ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ସେପ୍ଟେମ୍ବର ମାସ ୧ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୬ ତାରିଖରେ ସମାପ୍ତ ହେବ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀ ଯୁକ୍ତଦୁଇ / ଆଇଟିଆଇ/ ଡିପ୍ଲୋମା / ବି.ଇ / ବି.ଟେକ / ଏଏମଆଇଇ (ପ୍ରାସଙ୍ଗିକ ଟ୍ରେଡ) ପାସ୍ କରିଥିବା ଆବଶ୍ୟକ ।

ଟ୍ରେଡ ଆପ୍ରେଣ୍ଟିସରେ ମୋଟ ୮୧୫ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ଅପରେଟର, ଫିଟ୍ଟର, ଇଲେକ୍ଟ୍ରିସିଆନ, ୱେଲଡର, ସର୍ଭେୟର, ମେକାନିକ, ୱେୟାରମ୍ୟାନ, ଡ୍ରାଫ୍ଟସମ୍ୟାନ, ପମ୍ପ ଅପରେଟର, ଟର୍ଣ୍ଣର ଓ ମେଶିନିଷ୍ଟ ପଦରେ ନିଯୁକ୍ତି ଦିଆଯିବ । ସେହିପରି ଗ୍ରାଜୁଏଟ ଆପ୍ରେଣ୍ଟିସ ପାଇଁ ୧୦୧ଟି ଓ ଟେକ୍ନିସିଆନ ଆପ୍ରେଣ୍ଟିସ ପାଇଁ ୨୧୫ଟି ପଦ ଖାଲି ରହିଛି ।

ଅନଲାଇନ ଆବେଦନ ଲିଙ୍କ: Available on 01.09.2023

ନୋଟିଫିକେସନ ଲିଙ୍କ-୧: http://www.westerncoal.in/images/notice_trade_appr_49-20223.pdf

ନୋଟିଫିକେସନ ଲିଙ୍କ-୨: http://www.westerncoal.in/images/notice_trade_appr_48-20223.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.westerncoal.in/index1.php

Get real time updates directly on you device, subscribe now.