fbpx
BJD SKY
BJD SKY

ଆଜି ରାଜ୍ୟର ପୁଣି ୧୧ଟି ଜିଲ୍ଲାରେ ୪୮ଘଣ୍ଟିଆ ସଟଡାଉନ

BJD

ଭୁବନେଶ୍ୱର, ୨୭/୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ତେଣୁ ଜୁନ ମାସରେ ଅଧିକ ସଂକ୍ରମଣ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ସରକାରଙ୍କ ପକ୍ଷରୁ ଚଳିତ ମାସର ପ୍ରତି ସପ୍ତାହ ର ଶନିବାର ଓ ରବିବାର ସଟଡାଉନ ରଖିବାକୁ  ରାଜ୍ୟ ସରକାର ଘୋଷଣା କରିଥିଲେ। ତେଣୁ ଆଜି ପୁୁଣି ରାଜ୍ୟର ୧୧ଟି ଜିଲ୍ଲାରେ ୪୮ଘଣ୍ଟିଆ ସଟଡାଉନ ରହିବ  । ଶନିବାର ଓ ରବିବାର ସଟଡାଉନ ରହିବାକୁ ଥିବା ୧୧ଟି ଜିଲ୍ଲା ଗୁଡିକ ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀର । 

୧୧ଟି ଜିଲ୍ଲା ଗୁଡିକରେ ଦୋକାନ , ବଜାର ଖୋଲିବା ଉପରେ  କଟକଣା ଲାଗୁ ରହିବ। ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକ ସେବା ଉପଲବ୍ଧ ରହିବ। ଆଉ ଅନ୍ୟ  ସବୁ ବନ୍ଦ ରହିିିବ।

 

Get real time updates directly on you device, subscribe now.