fbpx

ସଟଡାଉନ ସମୟରେ ଘରେ ବସି ବାହାରେ ମିଳୁଥିବା ଭେଜ ମୋମୋର ସ୍ୱାଦ ନିଅନ୍ତୁ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ସଟଡାଉନ ସମୟରେ ଘରେ ବସି ବସି ବୋର ଲାଗିଥାଏ । ବାହାରେ ମିଳୁଥିବା ଚଟପଟା ଖାଦ୍ୟ ଖାଇବାକୁ ମଧ୍ୟ ମିଳି ନଥାଏ। କିନ୍ତୁ ଚିନ୍ତା କରିବାର କିଛି ନାହିଁ ଘରେ ବସି ବାହାରେ ମିଳୁଥିବା ଭେଜ ମୋମୋ ବନେଇ ପାରିବେ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ…..

ପ୍ରଥମ ପର୍ଯ୍ୟାୟରେ ପରିବାରେ ଗାଜର ଓ ବନ୍ଧାକୋବିକୁ ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ତାପରେ ଦୁଇଟି ପିଆଜକୁ ମଧ୍ୟ ଛୋଟ ଛୋଟ ସାଇଜର କାଟନ୍ତୁ । ରସୁଣ ଓ କଞ୍ଚା ଲଙ୍କା, ଅଦା ଛେଚିକି ରଖନ୍ତୁ । ତାପରେ ମୋମୋ ଖୋଳପା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟେ ପାତ୍ରରେ ମଇଦା, ସ୍ୱାଦ ଅନୁସାରେ ଲୁଣ, ଅଳ୍ପଟିକେ ପାଣି ପକେଇ ଚକଡ଼ନ୍ତୁ । ତାପରେ ଅଳ୍ପଟିକେ ତେଲ ପକେଇ ଚକଡ଼ନ୍ତୁ । ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ରୁଟି ପାଇଁ ଅଟାଗୁଳା ବନେଇଲା ପରି ପ୍ରସ୍ତୁତ କରନ୍ତୁ । ଚକଡ଼ି ସାରିଲା ପରେ ଏକ ଘୋଡ଼ଣୀ ମାଧ୍ୟମରେ କିଛି ସମୟ ଘୋଡ଼େଇ ରଖନ୍ତୁ । ଦ୍ୱିତୀୟ ପର୍ଯ୍ୟାୟରେ ସେଥିରେ ପୂର ଦେବା ପାଇଁ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । କଢ଼େଇ ଗରମ ହେବା ପରେ ସେଥିରେ ୨ଚାମଚ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଦା ରସୁଣ ଛେଚା ଓ କଟା କଞ୍ଚା ଲଙ୍କା ପକାଇ  ଭାଜନ୍ତୁ । ଅଦା ରସୁଣର କା ବାସ୍ନା ଗଲାପରେ ସେଥିରେ କଟା ପିଆଜକୁ ପକାନ୍ତୁ । ୨ମିନିଟ ଭାଜିବା ପରେ ପିଆଜ ଟିକେ ନରମ ହେବା ପରେ କାଟି ରଖିଥିବା ସବୁ ପରିବାକୁ ପକାନ୍ତୁ ।

ପରିବାକୁ ଅଳ୍ପ ସିଝେଇବେ କାରଣ ଖାଇଲା ବେଳେ ଟିକେ କ୍ରିସ୍ପି ଲାଗିଲେ ପାଟିକୁ ଭଲ ଲାଗିଥାଏ । ତାପରେ ଅଳ୍ପ ଟିକେ ସିଝିଗଲା ପରେ ଭେଜ ମସଲା, ଗୋଲମରିଚ ଗୁଣ୍ଡ, କଟା ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ସୋୟା ସସ, ପକେଇ ଅଳ୍ପ ଟିକେ ଭାଜନ୍ତୁ ।୨ରୁ ୩ମିନିଟ ହେବା ପରେ ଗ୍ୟାସ ଅଫ କରି ଏକ ପାତ୍ରକୁ କାଢ଼ି ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ । ତାପରେ ଘୋଡ଼େଇକି ରଖିଥିବା ମଇଦା ଗୁଳାକୁ ଆଉଥରେ ୨ରୁ ୩ମିନିଟ ଚିକ୍କଣ କରି ଚକଡ଼ନ୍ତୁ । ତାପରେ ରୁଟି କରିବା ପାଇଁ ଅଟା ଗୁଳା କଲାପରି କରନ୍ତୁ । ମୋମୋ ବନେଇବା ପାଇଁ ଭଜା ମଣ୍ଡା ପିଠା କଲା ପରି ଖୋଳପା ବନାନ୍ତୁ । ମଝି ଭାଗ ମୋଟା କରି ମନେ ରଖିବେ ବେଶି ମୋଟାକରିବେ ନାହିଁ ତାପରେ ଚାରି ପାଶ୍ୱର୍ ପତଳା କରନ୍ତୁ ।

ତାପରେ ସେଥିରେ ପରିବାରେ ବନେଇଥିବା ପୁରକୁ ସେଥିରେ ଦେଇ ଚାରିପଟ ମୁଜନ୍ତୁ । ମୋମୋର ଭିନ୍ନ ଭିନ୍ନ ଷ୍ଟାଇଲ ବନାନ୍ତୁ । ମୋମୋ ପ୍ରସ୍ତୁତ କଲାପରେ ଏକ ଇଟିଲ ଛାଞ୍ଚରେ ଟିକେ ତେଲ ଲଗାଇ ଗୋଟେ ଗୋଟେ ରଖନ୍ତୁ । ତାପରେ ତାକୁ ସିଝିବାକୁ ଛାଡ଼ନ୍ତୁ । ସିଝିଗଲାପରେ ଏକ ପାତ୍ରକୁ କାଢ଼ନ୍ତୁ । ମୋମୋ ଚଟଣୀ ବନେଇବା ପାଇଁ ଟମାଟୋ ଓ ୪ ରୁ ୫ସୁଖିଲା ଲଙ୍କା ଓ ଧଳା ରାଶିକୁ୧୫ ମିନିଟ ପାଣିରେ ଭିଜେଇ ରଖନ୍ତୁ । ଭଲ ସେ ଭିଝି ଗଲାପରେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରନ୍ତୁ । ତାପରେ ଗ୍ୟାସ ଅନ କରି ଏକ ପ୍ୟାନ ଗରମ କରନ୍ତୁ ।ପ୍ୟାନ ଗରମ ହେବାପରେ ତେଲ ପକାନ୍ତୁ । ତାପରେ କଟା ରସୁଣ ପକେଇ ଭାଜନ୍ତୁ । ତାପରେ ହାଲକା ବାଦାମୀ ରଙ୍ଗ ହେବା ପରେ ବାଟି ରଖିଥିବା ଟମାଟୋ, କା ଲଙ୍କା ଓ ଧଳା ରାଶିକୁ ପକାନ୍ତୁ । ସେଥିରେ ଅଳ୍ପଟିକେ ସୋୟା ସସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘାନ୍ତୁ । ୨ରୁ୩ ମିନିଟ ଛାଡ଼ନ୍ତୁ ଫୁଟିବା ପାଇଁ । ଫୁଟିଗଲା ପରେ ଏକ ପାତ୍ରକୁ କାଢ଼ି ଗରମା ଗରମ ମୋମୋ ଓ ଚଟଣୀ ପରସନ୍ତୁ ।

Get real time updates directly on you device, subscribe now.