fbpx
BJD SKY
BJD SKY

ଭାରତରେ ୨୦ ବିଲିୟନ ଡଲାରର ନିବେଶ କରିବ ବେଦାନ୍ତ ଗ୍ରୁପ, ବିକ୍ରି ହୋଇପାରେ ଷ୍ଟିଲ ବିଜନେସ

BJD

ନୂଆଦିଲ୍ଲୀ: ଅନୀଲ ଅଗ୍ରୱାଲର ନେତୃତ୍ୱରେ ବେଦାନ୍ତ ଗ୍ରୁପ ଭାରତକୁ ନେଇ ନିଜ ରୋଡମ୍ୟାପ ପ୍ରସ୍ତୁତ କରିଛି । ଗ୍ରୁପର ଚେୟାରମ୍ୟାନ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, ସେ ଆଗାମୀ ୪ ବର୍ଷରେ ଭାରତର ବିଭିନ୍ନ ସେକ୍ଟରରେ ପାଖାପଖି ୨୦ ଆରବ ଡଲାରର ନିବେଶ କରିବେ । ଏଥିସହ ସେ ଷ୍ଟିଲ ବିଜନେସକୁ ବିକ୍ରି କରିବା ଲାଗି ସଂକେତ ମଧ୍ୟ ଦେଇଛନ୍ତି ।

ଅନୀଲ ଅଗ୍ରୱାଲ ବୁଧବାର ଦିନ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି ଯେ, ବେଦାନ୍ତ ଗ୍ରୁପ ଭାରତରେ ନିବେଶକୁ ନେଇ ଉତ୍ସାହିତ ଅଛନ୍ତି । ଆମେ ଅନେକ ସେକ୍ଟରରେ ନିବେଶ କରିବାର ଯୋଜନା କରିଛୁ । ଆମର ୪ ବର୍ଷର ଇନଭେଷ୍ଟମେଣ୍ଟ ପ୍ଲାନ ପ୍ରସ୍ତୁତ ଅଛି । ହେଲେ ଆମ ନଜର ଟେକ୍ନିଲୋଜୀ, ଇଲେକ୍ଟ୍ରୋନିକ୍ସ ଏବଂ ଗ୍ଲାସ ବିଜନେସ ଉପରେ ରହିଛି । ସେ କହିଛନ୍ତି ଯେ, ସ୍ମାର୍ଟଫୋନ ଏବଂ ଲ୍ୟାପଟପ ତିଆରି କରିବାରେ ସେମିକଣ୍ଡକ୍ଟର୍ସ ଏବଂ ଗ୍ଲାସର ଆବଶ୍ୟକତା ପଡିବ । ବେଦାନ୍ତ ଗ୍ରୁପ ଏହି ଦୁଇଟି ବିସନେସରେ ପୂର୍ବରୁ ରହିଛି । ସେମିକଣ୍ଡକ୍ଟର ପ୍ଲାଣ୍ଟ ପାଇଁ ତାଙ୍କ ପାଖରେ ଗୁଜରାଟରେ ଜମି ଅଛି । ଏଥିପାଇଁ ଭଲ ପାର୍ଟନରକୁ ଖୋଜାଯାଉଛି ।

ଷ୍ଟିଲ ବିଜନେସକୁ ନେଇ ସ୍ପଷ୍ଟିକରଣ ଦେଇ ଅନିଲ ଅଗ୍ରୱାଲ କହିଛନ୍ତି ଯେ, ବେଦାନ୍ତ ଗ୍ରୁପ ଏହାକୁ ଜାରି ରଖିବା ଲାଗି ସଂପୂର୍ଣ୍ଣ ଭାବେ ସମର୍ପିତ ଅଛି । ଏହି ମାର୍ଚ୍ଚରେ ବିକ୍ରି ହେବାର ଥିଲା । ହେଲେ ସଠିକ ମୂଲ୍ୟ ନ ମିଳିବାରୁ ନିଷ୍ପତ୍ତି ନିଆଯାଇପାରିଲାନି ।

 

Get real time updates directly on you device, subscribe now.