fbpx
BJD SKY
BJD SKY

ଡିନର ଡେଟ୍‌କୁ ଆଣିଲେ, ପିଜା ଅର୍ଡର କଲେ ଆଉ ତା’ ପରେ.., ଲିଭ୍ ଇନ୍ ପାର୍ଟନରଙ୍କ ସହ ଏପରି କଲେ ବ୍ୟକ୍ତି

BJD

ଗୁରୁଗ୍ରାମ: ହରିୟାଣା ଗୁରୁଗ୍ରାମରେ ୩୮ ବର୍ଷୀୟା  ଜଣେ ମହିଳା ନିଜ ଲିଭ୍ ଇନ୍ ପାର୍ଟନରଙ୍କ ଉପରେ ତାଙ୍କୁ ପିଟିବା ଓ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି । ପୋଲିସ ଗତ ବୁଧବାର ଏ ବିଷୟରେ ସୂଚନା ଦେଇଛି । ଅଭିଯୋଗ ଅନୁଯାୟୀ ସେକ୍ଟର ୭୪ ନିବାସୀ  ମହିଳା ସାକେତ ନିବାସୀ କରଣ ସେଠଙ୍କ ସହ ରିଲେସନରେ ଥିଲେ । ତେବେ ଏକ ରେଷ୍ଟୁରାଣ୍ଟରେ ଡିନର ଡେଟ୍ ସମୟରେ ତାଙ୍କୁ କରଣ ଓ ତାଙ୍କ ସାଙ୍ଗମାନେ ପିଟିଥିଲେ ।

ପୋଲିସର କହିବା ଅନୁଯାୟୀ ମହିଳା ଜଣକ ନିଜ ଅଭିଯୋଗରେ କହିଛନ୍ତି ମୁଁ ଓ ମୋ ଲିଭ୍ ଇନ୍ ପାର୍ଟନର କରଣ ସେଠ ଏପ୍ରିଲ ୨୧ରେ ଏକ ମଲ୍‌କୁ ଡିନର ଲାଗି ଯାଇଥିଲେ ଓ ଏକ ଦୋକାନରୁ ସେମାନେ ପିଜା ଅର୍ଡର ଦେଇଥିଲେ । ଅର୍ଡରକୁ ଅପେକ୍ଷା କରିବା ସମୟରେ ଏମାନଙ୍କ ଆଲୋଚନା ନିକଟରେ ଘଟିଥିବା ଏକ ଘଟଣା ଉପରେ ହୋଇଥିଲା । ଏହି ସମୟରେ କରଣ ହଠାତ୍ ନିଜ ଉପରେ ନିୟନ୍ତ୍ରଣ ହରାଇ ପଶୁ ପରି ତାଙ୍କୁ ପିଟିବା ଆରମ୍ଭ କରିଦେଲା । କେବଳ ଏତିକି ନୁହେଁ ମହିଳା କହିଛନ୍ତି କରଣ ତା’ର ଜିମ୍ ଟ୍ରେନର ବିଶାଳକୁ ଡକାଇ ମଧ୍ୟ ମୋତେ ପିଟାଇଥିଲା । ଏହାପରେ ସେମାନେ ମୋତେ କାର୍‌ରେ ନେଇଯାଇ ଘରେ ଛାଡି ଦେଇଥିଲେ ଓ ଘଟଣା ବିଷୟରେ କାହାକୁ  କହିଲେ ମୋତେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଏହି ଘଟଣାରେ ପୋଲିସ କରଣ ଓ ବିଶାଳଙ୍କ ବିରୁଦ୍ଧରେ ଆଇପିସି ଧାରା ୩୨୩ ଓ ୫୦୬ ଆଧାରରେ ମାମଲା ରୁଜୁ କରିଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି ଘଟଣାର ଯାଞ୍ଚ ଚାଲିଛି ।

Get real time updates directly on you device, subscribe now.