fbpx
BJD SKY
BJD SKY

ଖରାଦିନେ ଆପଣଙ୍କ ଏସିରେ ନିଆଁ ଲାଗିପାରେ: ଏଭଳି ବିପଦରୁ ରକ୍ଷା ପାଇବା ପାଇଁ କେଉଁ ସବୁ ପଦକ୍ଷେପ ଆପଣାଇବା ଜରୁରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିସାରିଥିବା ବେଳେ ଜନସାଧାରଣ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଲୋକମାନେ ଲସି, ସରବତ ପରି ଥଣ୍ଡା ପାନୀୟ ସେବନ କରିବା ସହିତ ଏସି, କୁଲର ସହ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି । ତେବେ ଅନ୍ୟ ଦିନମାନଙ୍କ ଅପେକ୍ଷା ଖରାଦିନେ ଲୋକମାନେ ଅଧିକ ସମୟ ଧରି ଏସି, କୁଲର ଓ ଫ୍ୟାନ ବ୍ୟବହାର କରିଥାନ୍ତି ।

ସାଧାରଣ ଭାବେ କୌଣସି ଜିନିଷକୁ ଅଧିକ ସମୟ ଧରି ଚଳାଇବା ଦ୍ୱାରା ତାହା ଉପରେ ନିଶ୍ଚିତ ଭାବେ ଚାପ ପଡ଼ିଥାଏ । ସେହିପରି ଆମେ ବ୍ୟବହାର କରୁଥିବା, ଏସି, କୁଲର ଓ ଫ୍ୟାନ ବିଦ୍ୟୁତ ଦ୍ୱାରା ପରିଚାଳିତ ହେଉଥିବାରୁ ସେଥିରେ ମଧ୍ୟ ବିପଦର ଆଶଙ୍କା ରହିଥାଏ । ତେବେ ଆପଣଙ୍କ ଘରେ ରହିଥିବା ଏସିରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ । ତେଣୁ ଆପଣମାନେ ଏନେଇ ସତର୍କ ରହିବା ଆବଶ୍ୟକ । କେଉଁ କାରଣରୁ ଏସିରେ ଶର୍ଟ ସର୍କିଟ ସୃଷ୍ଟି ହୁଏ ତାହା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ ।

ଯେ କୌଣସି ବୈଦ୍ୟୁତିକ ଉପକରଣରେ ଅନେକ ସମୟରେ ଶର୍ଟ ସର୍କିଟ ହୋଇପାରେ, ଏହା ଆପଣମାନେ ମନେ ରଖିବା ଆବଶ୍ୟକ । ତେଣୁ ଏସି ଆମ ପାଇଁ ଯେତିକି ଆରାମଦାୟକ ସେତିକି ବିପଜ୍ଜନକ । ଏସିରେ ଅଗ୍ନିକାଣ୍ଡ ସୃଷ୍ଟି ହେଲେ ଏକ ବଡ଼ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ । ସେଥିପାଇଁ ସମୟ ସମୟରେ ଏସିର ରକ୍ଷଣାବେକ୍ଷଣ ନେବା ନିହାତି ଜରୁରୀ । ଏସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଗୁଣବତ୍ତା, ସଠିକ୍ ଗୁଣ ଓ ନିର୍ଦ୍ଦିଷ୍ଟ ପାୱାର କେବୁଲ ବ୍ୟବହାର କରିବା ଦରକାର । ଜଣେ ଦକ୍ଷ ଟେକ୍ନିସିଆନଙ୍କ ଦ୍ୱାରା ଏସି କଣ୍ଡିସନରକୁ ନିୟମିତ ଭାବେ ସଫା ସୁତୁରା ରଖିବା ଦରକାର । ଏସି ୟୁନିଟ୍ ଫ୍ୟାନ ଓ ଫିଲ୍ଟରକୁ ମଧ୍ୟ ନିୟମିତ ଭାବେ ପରିଷ୍କା କରିବା ଆବଶ୍ୟକ । ଆପଣ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଫିଲ୍ଟର ପରିବର୍ତ୍ତନ କରିପାରିବେ ।

ଏସିର କମ୍ପ୍ରେସର ଠିକରେ କାମ କରୁଛି କି ନାହିଁ ତାହା ମଧ୍ୟ ଚେକ୍ କରନ୍ତୁ । ଅଧିକ ସମୟ ଧରି ଏସି ଚାଲିବା ପରେ ଯଦି ରୁମ୍ ଥଣ୍ଡା ହେଉନାହିଁ, ତେବେ ସେ କ୍ଷେତ୍ରରେ କମ୍ପ୍ରେସର କାମ କରୁନଥାଏ ବୋଲି ଜାଣିବାକୁ ହୋଇଥାଏ । ସାଧାରଣ ଭାବେ ଏସି ଚାଲିବା ପାଇଁ ଅଧା ଭୋଲଟେଜ୍ ଖର୍ଚ୍ଚ ହୋଇଥାଏ । ତେଣୁ ଏସି ସହ ସଂଯୋଗ ହୋଇଥିବା ଇଲେକ୍ଟ୍ରି କେବୁଲର ଗୁଣ ମଧ୍ୟ ଯାଞ୍ଚ କରିବା ଦରକାର । ଏସି ପାଇଁ ସବୁବେଳେ ଏକ ଅଲଗା ସର୍କିଟ ବ୍ରେକର ରଖିବା ଆବଶ୍ୟକ । ଏହାଦ୍ୱାରା ଶର୍ଟ ସର୍କିଟ ଆଶଙ୍କା କମ୍ ରହିଥାଏ । ଏଥିସହିତ ତାହା ଠିକରେ କାମ କରୁଛି କି ନାହିଁ ତାହା ନିଶ୍ଚିତ କରିବା ପାଇଁ ପ୍ରତିବର୍ଷ ଖରାଦିନ ଆସିବା ପୂର୍ବରୁ ପ୍ରଫେସନାଲଙ୍କ ଦ୍ୱାରା ଏସି ସର୍ଭିସ କରାନ୍ତୁ ।

Get real time updates directly on you device, subscribe now.