fbpx
BJD SKY
BJD SKY

ଆପଣଙ୍କ ଗୋଟିଏ ଭୋଟରେ ଖର୍ଚ୍ଚ ହୋଇଥାଏ କେତେ ଟଙ୍କା,ଭୋଟ ନ ଦେଲେ ହୋଇଥାଏ କେତେ କ୍ଷତି?

BJD

ନୂଆଦିଲ୍ଲୀ: ଦେଶରେ ଏବେ ୨୦୨୪ ଲୋକସଭା ନିର୍ବାଚନ ଜାରି ରହିଛି । ଏହି ନିର୍ବାଚନରେ ୨ ପର୍ଯ୍ୟାୟ ଭୋଟିଂ ସରିଛି । ତେବେ ଭାରତର ଏହି ସାଧାରଣ ନିର୍ବାଚନ ଏତେ ବ୍ୟୟ ବହୁଳ ଯେ, ଆପଣ ଚିନ୍ତା କରିପାରିବେ ନାହିଁ କି ଆପଣଙ୍କ ଗୋଟିଏ ଭୋଟ୍ କେତେ ଟଙ୍କାର ହୋଇଥାଏ ଅର୍ଥାତ୍ ଯେତେବେଳେ ଆପଣ ଗୋଟିଏ ଭୋଟ୍ ଦେଇଥାନ୍ତି ସେତେବେଳେ ତାହା ପଛରେ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ । ନିର୍ବାଚନରେ ଯେଉଁମାନେ ଡ୍ୟୁଟି କରୁଛନ୍ତି ସେମାନଙ୍କୁ ଗୋଟିଏ ଦିନରେ ଯାହା ପଇସା ମିଳୁଛି ତାହାଠାରୁ ଅଧିକ ମୂଲ୍ୟ ଆପଣଙ୍କ ଗୋଟିଏ ଭୋଟର ହୋଇଥାଏ ।

ବର୍ତ୍ତମାନର ଭାରତୀୟ ନିର୍ବାଚନର ଖର୍ଚ୍ଚ ସମସ୍ତ ରେକର୍ଡ ଭାଙ୍ଗିଛି । ଏଥର ନିର୍ବାଚନର ସମସ୍ତ ଖର୍ଚ୍ଚ ୧.୩୫ ଲକ୍ଷ କୋଟି ଟଙ୍କା ପାଖାପାଖି ରହିଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ଏହି ଖର୍ଚ୍ଚ ୬୦,୦୦୦ କୋଟି ଟଙ୍କା ରହିଥିଲା । ନିର୍ବାଚନରେ କେତେ ଖର୍ଚ୍ଚ ହୋଇଥାଏ ଏହାର ଆକଳନ ସେଣ୍ଟର ଅଫ୍ ମିଡିଆ ଷ୍ଟଡିଜ୍ ସିଏମଏସ୍ କରିଛି ।

ଏହି ନିର୍ବାଚନୀ ଖର୍ଚ୍ଚରେ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଖର୍ଚ୍ଚକୁ ଯୋଡା ଯାଇଛି । ଏଥିରେ ରାଜନୈତିକ ଦଳମାନଙ୍କର ଖର୍ଚ୍ଚ, ନିର୍ବାଚନ ଆୟୋଗଙ୍କ ଖର୍ଚ୍ଚ, ସରକାରଙ୍କ ଖର୍ଚ୍ଚ ଇତ୍ୟାଦି ସମସ୍ତ ପ୍ରକାର ଖର୍ଚ୍ଚ ଅନ୍ତର୍ଭୁକ୍ତ ହୋଇଛି ।
ପ୍ରଥମେ ଭାରତରେ ଚଳିତ ନିର୍ବାଚନରେ ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଥିଲା । କିନ୍ତୁ ପରେ ଏହି ଆକଳନ ୧.୩୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ବର୍ତ୍ତମାନର ନିର୍ବାଚନ ୪୫ ଦିନ ଧରି ହେବ ଓ ଏହା ୭ଟି ପର୍ଯ୍ୟାୟରେ ହେବ । ଭାରତରେ ଏହି ନିର୍ବାଚନରେ ୯୬.୬କୋଟି ମତଦାତା ରହିଛନ୍ତି । ଯଦି ଏହି ନିର୍ବାଚନରେ ମୋଟ ୧.୩୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ତେବେ ପ୍ରତି ଭୋଟରଙ୍କ ଗୋଟିଏ ଭୋଟର ମୂଲ୍ୟ ୧୪୦୦ଟଙ୍କା ପାଖାପାଖି ରହୁଛି । ଏହି ମୂଲ୍ୟ ଭାରତର ଅଧାରୁ ଅଧିକ ଜନତାଙ୍କ ଗୋଟିଏ ଦିନର ରୋଜଗାର ଠାରୁ ଅଧିକ ।

ଭୋଟ ଦେବା ସମୟରେ ଯେଉଁ ପ୍ରିଜାଇଡିଂ ଅଫିସର ନିୟୋଜିତ ହୋଇଥାନ୍ତି ତାଙ୍କୁ ଗୋଟିଏ ଦିନ ପାଇଁ ୩୫୦ ଟଙ୍କା ଦିଆଯାଇଥାଏ ଯାହା ଭାରତୀୟ ଭୋଟରଙ୍କ ଭୋଟ ମୂଲ୍ୟ ଠାରୁ ୩ରୁ ୪ ଗୁଣ ଅଧିକ । ତେବେ ଜଣେ ଭୋଟରଙ୍କ ପାଇଁ ୧୪୦୦ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦେଶରେ ଯଦି ୪୦% ଭୋଟର ଭୋଟ ଦେବେ ନାହିଁ ତେବେ ନିର୍ବାଚନ ପ୍ରକ୍ରିୟାରେ ୬୦,୦୦୦ କୋଟି ଟଙ୍କା କ୍ଷତି କରିବେ ।

Get real time updates directly on you device, subscribe now.