fbpx
BJD SKY
BJD SKY

ଟି-୨୦ ବିଶ୍ୱକପ ପାଇଁ ଦାବିଦାର ଥିବା ୫ ଜଣ ଖେଳାଳି ହତାଶ: କିଏ ରିଜର୍ଭରେ ରହିଲା ତ ଆଉ କାହାର ପତ୍ତା କଟିଲା

BJD

ନୂଆଦିଲ୍ଲୀ: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତ ତା’ର ୧୫ ଜଣିଆ ସ୍କ୍ୱାଡ୍ ଘୋଷଣା କରିସାରିଥିବା ବେଳେ କିଛି ଖେଳାଳି ନିରାଶ ହୋଇଛନ୍ତି । ବିଶ୍ୱକପ ଖେଳିବାକୁ ଦାବିଦାର କୁହାଯାଉଥିବା କିଛି ଖେଳାଳିଙ୍କୁ ରିଜର୍ଭରେ ରଖାଯାଇଥିବା ବେଳେ ଆଉ କେତେଜଣଙ୍କର ପତ୍ତା ସମ୍ପୂର୍ଣ୍ଣ ଭାବେ କଟିଯାଇଛି । ଶୁବମନ ଗିଲ, ରିଙ୍କୁ ସିଂହ, ଖଲିଲ ଅହମଦ ଓ ଆବେଶ ଖାନ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଅନ୍ୟପକ୍ଷରେ ୫ ଜଣ ଖେଳାଳିଙ୍କର ବିଶ୍ୱକପ ଖେଳିବାର ସ୍ୱପ୍ନ ଚୁରମାର ହୋଇଯାଇଛି ।

ସବୁଠାରୁ ବଡ଼ କଥା ହେଉଛି କେ.ଏଲ ରାହୁଲଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିନାହିଁ । ରାହୁଲ ବର୍ତ୍ତମାନ ସୁଦ୍ଧା ଖେଳାଯାଇଥିବା ୯ଟି ଆଇପିଏଲ ମ୍ୟାଚରେ ରାହୁଲ ୩୭୮ ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କର ଷ୍ଟ୍ରାଇକରେଟ୍ ୪୨ ପ୍ରତିଶତ ରହିଛି । ଏଥିସହିତ ସେ ୯ଟି କ୍ୟାଚ ନେବା ସହ ୨ଟି ଷ୍ଟମ୍ପ୍ କରିଛନ୍ତି । ସେହିପରି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଋତୁରାଜ ଗାୟକୱାଡ଼ ମଧ୍ୟ ବାଦ୍ ପଡ଼ିଛନ୍ତି । ଋତୁରାଜ ଆଇପିଏଲର ୯ଟି ମ୍ୟାଚରେ ୧୪୯.୪୯ ଷ୍ଟ୍ରାଇକରେଟରେ ୪୪୭ ରନ୍ ସଂଗ୍ରହ କରିଥିଲେ । ଓପନର ଲଢ଼େଇରେ ଯଶସ୍ୱୀ ଜୟସ୍ୱାଲ ଓ ରୋହିତ ଶର୍ମାଙ୍କ ଠାରୁ ପଛରେ ରହିଯାଇଥିଲେ ଋତୁରାଜ ।

ଗତବର୍ଷ ଟି-୨୦ ଅନ୍ତର୍ଜାତୀୟରେ ରିଙ୍କୁ ସିଂହ ଡେବ୍ୟୁ କରିଥିବା ବେଳେ ସେ ୧୫ଟି ମ୍ୟାଚରୁ ୩୫୬ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ଆଭରେଜ ୮୯ ରହିବା ସହିତ ଷ୍ଟ୍ରାଇଭରେଟ୍ ୧୭୬.୨୩ ରହିଛି । ସେ ନିଜର ବ୍ୟାଟିଂ କରିସ୍ମା ଦେଖାଇ ଖେଳର ମୋଡ଼ ବଦଳାଇ ଦେବାର ଦମ୍ ରଖିଥାନ୍ତି । ତେବେ ଆଇପିଏଲ ୨୦୨୪ରେ ରିଙ୍କୁ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି । ସେ ଚଳିତ ଆଇପିଲଏଲରେ କେକେଆର ପକ୍ଷରୁ ଖେଳି ୯ଟି ଇନିଂସରେ ୧୫୦ ଷ୍ଟ୍ରାଇକରେଟରେ ମାତ୍ର ୧୨୩ ରନ୍ ସଂଗ୍ରହ କରିଛନ୍ତି । ତେଣୁ ଚୟନକର୍ତ୍ତା ରିଙ୍କୁଙ୍କ ବଦଳରେ ଶିବମ୍ ଦୁବେଙ୍କୁ ବାଛିଥିଲେ । ଦୁବେ ଚଳିତ ଟୁର୍ଣ୍ଣାମେଣ୍ଟରେ ୯ଟି ମ୍ୟାଚରେ ୧୭୨.୪୧ ଷ୍ଟ୍ରାଇକରେଟରେ ୩୫୦ ରନ୍ ସଂଗ୍ରହ କରିଛନ୍ତି । ସେହିପରି ଦ୍ରୁତ ବୋଲର ମୟଙ୍ଗ ଯାଦବ ଓ ସ୍ପିନର ରବି ବିଷ୍ଣୋଈଙ୍କର ବିଶ୍ୱକପ ଖେଳିବାର ସ୍ୱପ୍ନ ଅଧାରେ ରହି ଯାଇଛି ।

Get real time updates directly on you device, subscribe now.