fbpx
BJD SKY
BJD SKY

(Video): ବର ଦେଲେ ଏପରି ବିବାହ ଉପହାର ଯାହାକୁ ଦେଖି ହସ ସମ୍ଭାଳି ପାରିଲେ ନାହିଁ କନିଆ, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

BJD

ଓଡ଼ିଶା ଭାସ୍କର: ଅନ୍ୟ ଠାରୁ ଉପହାରଟିଏ ପାଇଲେ ଆମେ ଖୁସି ହୋଇଥାଉ । କିନ୍ତୁ ବେଳେ ବେଳେ ଅନ୍ୟ ବ୍ୟକ୍ତି ଯେ ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କହିବା ପାଇଁ ମଧ୍ୟ ଉପହାରର ସାହାରା ନେବାକୁ ପଡ଼ିଥାଏ । ଆମ ମନର କଥା ଉପହାରରେ ପ୍ରତିଫଳିତ ହୋଇଥାଏ । ନିକଟରେ ଉପହାରକୁ ନେଇ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ବିବାହ ସମାରୋହରେ ବର ଉପହାର ସଦୃଶ କନ୍ୟାକୁ ଏପରି କିଛି ଭେଟି ଦେଇଛନ୍ତି ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ସୋସିଆଲ ମିଡ଼ିଆରେ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଏପ୍ରିଲ ୩୦ରେ Mahvish ନାମକ ଜଣେ ୟୁଜର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓକୁ ଶେୟାର କରିଛନ୍ତି । ଏହି ଭିଡ଼ିଓ ଏକ ରିସେପସନ୍ ପାର୍ଟିର ବୋଲି ଅନୁମାନ କରାଯାଉଛି । ଏହି ଭିଡ଼ିଓରେ ଉଭୟ ବର କନ୍ୟା ଷ୍ଟେଜରେ ଉପସ୍ଥିତ ଅଛନ୍ତି । ଏହି ସମୟରେ ବର ଜଣଙ୍କ କନ୍ୟାକୁ ଦେଇଥିବା ଏକ ଉପହାରଟି ସମସ୍ତଙ୍କ ସାମ୍ନାରେ ଖୋଲିବା ପାଇଁ ଚେଷ୍ଟା କରୁଛନ୍ତି । ବ୍ୟାକ୍ ଗ୍ରାଉଣ୍ଡରେ ସୁମଧୁର ସଂଗୀତ ଶୁଣାଯିବା ସହ ଗୋଲାପ ପାଖୁଡ଼ା ବର୍ଷା କରାଯାଉଛି । ଏହା ଏକ ଫଟୋ ଫ୍ରେମ୍ । ପ୍ରଥରେ କନ୍ୟା ଉପହାରଟି ଦେଖିବା ପରେ ହସ ସମ୍ଭାଳି ପାରିନଥିଲେ । ଏହା ପରେ ବର ସେଠାରେ ଉପସ୍ଥିତ ସମସ୍ତଙ୍କୁ ଏହି ଉପହାର ଦେଖାଇଥିଲେ । ତେବେ ଏହି ଫଟୋ ଫ୍ରେମ୍‌ଟି ଆଉ କାହାର ନୁହେଁ ବରଂ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କର । ଏହି ଭିଡ଼ିଓ ଦେଖି ଅନେକ ୟୁଜର କମେଣ୍ଟ ମଧ୍ୟ କରିଛନ୍ତି । ଏନେଇ ଅନେକ ଲୋକ ବିରୋଧ କରିଥିବାର ଜଣାପଡ଼ିଛି । ଏହି ଘଟଣା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କହିରଖୁଛୁ ଚଳିତ ବର୍ଷ ଜାନୁଆରୀରେ ଇମରାନ ଖାନ୍ ଏବଂ ତାଙ୍କ ପତ୍ନୀଙ୍କୁ ସରକାରୀ ଉପହାର ସହ ଜଡ଼ିତ ମାମଲାରେ ଅଦାଲତ ସେମାନଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

Get real time updates directly on you device, subscribe now.