fbpx
BJD SKY
BJD SKY

ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇସ୍ରୋ ଏବଂ ନାସାର ସାଟେଲାଇଟ NISAR, ସଫଳ ହେଲେ ବଞ୍ଚିଯିବ ଲକ୍ଷ ଲକ୍ଷ ଜୀବନ

BJD

ନୂଆଦିଲ୍ଲୀ: ଇସ୍ରୋ ଏବଂ ନାସାର ସାଟେଲାଇଟ NISAR ଚଳିତ ବର୍ଷ ଶୁବଶିଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ସିଷ୍ଟମକୁ ଇସ୍ରୋ ଏବଂ ନାସା ଏକ ସାଙ୍ଗରେ ମିଶି ପ୍ରସ୍ତୁତ କରୁଛନ୍ତି । ଯାହା କ୍ଲାଇମେଟ ଚେଞ୍ଜ ପାଇଁ ଉତ୍ତମ ପ୍ରମାଣିତ ହୋଇପାରେ । ଏଥିସହ ଜଙ୍ଗଲ ଏବଂ ୱେଟଲ୍ୟାଣ୍ଡରେ ତଦାରଖ କରିପାରିବ ।

ସ୍ପେସ ଏଜେନ୍ସି ଏହା ଜାଣିବାକୁ ଚହୁଁଛନ୍ତି ଯେ, ଜଙ୍ଗଲ ଏବଂ ୱେଟଲ୍ୟାଣ୍ଡରେ କାର୍ବନ ସର୍କଲ ଉପରେ କଣ ପ୍ରଭାବ ରହିଛି ଏବଂ ଏଥିରେ କ୍ଲାଇମେଟ ଚେଞ୍ଜ କିପରି ହେଉଛି । ଏହା ବ୍ୟତୀତ ବୈଜ୍ଞାନିକଙ୍କୁ ଏହି ରଡାରରୁ ଉତ୍ପନ୍ନ ସମସ୍ୟାଗୁଡିକ ବିଷୟରେ ପୂର୍ବରୁ ସୂଚନା ମିଳିପାରିବ ।

ଇସ୍ରୋ ଏହି ମିଶନର ଆରମ୍ଭରେ ସୂଚନା ଦେଇଥିଲା ଯେ, ୨୦୨୪ରେ ଏହା ଲଞ୍ଚ କରାଯିବ । ଏହି ସାଟେଲାଇଟରୁ ଏହି କଥା ଜଣାପଡିଛି ଯେ, ଜଙ୍ଗଲ ଏବଂ ୱେଟଲ୍ୟାଣ୍ଡରେ ଏହି କାର୍ବନର ରେଗୁଲେସନ କେତେ ଆବଶ୍ୟକ । ଏହି ସାଟେଲାଇଟ ପୃଥିବୀରେ କକ୍ଷରେ ଲଞ୍ଚ କରାଯିବ ଯାହା ପ୍ରତି ୧୨ ଦିନରେ ସମଗ୍ର ପୃଥିବୀ ଏବଂ ଗ୍ଲେସିୟରର ବିଶ୍ଲେଷଣ କରିବାର କାମ କରିବ । ଜଳବାୟୁ ପରିବର୍ତ୍ତନ ସହ ଲଢିବା ପାଇଁ ଜଙ୍ଗଲ ଏବଂ ୱେଟଲ୍ୟାଣ୍ଡ ଆବଶ୍ୟକ ଅଟେ । ଏହି କାରଣରୁ ପରିବେଶରେ ଗ୍ରୀନହାଉସ ଗ୍ୟାସର ରେଗୁଲେସନ ହୋଇଥାଏ ।

Get real time updates directly on you device, subscribe now.