fbpx
BJD SKY
BJD SKY

ଇସ୍ରୋର ନୂଆ ଅଧ୍ୟୟନରେ ହେଲା ବଡ ଖୁଲାସା, ଚନ୍ଦ୍ରମାରେ ଆଶା ଠାରୁ ରହିଛି ୫ରୁ ୮ ଗୁଣ ଅଧିକ ପାଣି

BJD

ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ଆଶା ଠାରୁ ବହୁତ ଅଧିକ ପାଣିର ସନ୍ଧାନ ମିଳିଛି । ଇସ୍ରୋ ଓ ଅନ୍ୟ ବୈଜ୍ଞାନିକ ସଂସ୍ଥା ମିଳିତ ଭାବରେ ଏହି ସନ୍ଧାନ କରିଛନ୍ତି । ଚନ୍ଦ୍ରମାର ଉଭୟ ମେରୁରେ ପାଣିର ଭଣ୍ଡାର ରହିଛି । ଉତ୍ତର ମେରୁରେ ଦକ୍ଷିଣ ମେରୁ ତୁଳନାରେ ୨ ଗୁଣ ଅଧିକ ପାଣି ରହିଛି । ଏହି ସନ୍ଧାନ ମିଳିବା ପରେ ଭବିଷ୍ୟତର ଲୁନାର ମିଶନରେ ଇସ୍ରୋ ସହିତ ବହୁ ମହାକାଶ ଅନୁସନ୍ଧାନ ସଂସ୍ଥାକୁ ବଡ ଫାଇଦା ହେବ ।

କିନ୍ତୁ ଚନ୍ଦ୍ରମାରେ ଏହି ପାଣି ବରଫ ରୂପରେ ରହିଛି ଓ ଏହା ଚନ୍ଦ୍ରପୃଷ୍ଠ ତଳେ ରହିଛି ଯାହାକୁ ଖୋଳି ବାହାର କରାଯାଇପାରେ । ଚନ୍ଦ୍ରରେ ବସତି ନିର୍ମାଣ ଲାଗି ଏହା କାମରେ ଆସିପାରେ । ଇସ୍ରୋ ଏ ବିଷୟରେ ଖୁଲାସା କରିଛି । ଇସ୍ରୋର ସ୍ପେସ୍ ଆପ୍ଲିକେସନ ସେଣ୍ଟର, ଆଇଆଇଟି କାନପୁର, ୟୁନିଭରସିଟି ଅଫ୍ ସାଉଦର୍ଣ୍ଣ କାଲିଫର୍ଣ୍ଣିଆ, ଜେଟ୍ ପ୍ରପଲସନ୍ ଲାବୋରାଟୋରୀ ଓ ଆଇଆଇଟି-ଆଇଏସଏମ୍ ଧାନବାଦର ବୈଜ୍ଞାନିକମାନେ ମିଳିତ ଭାବରେ ଏହି ଅଧ୍ୟୟନ କରିଛନ୍ତି ।

ନୂଆ ଅଧ୍ୟୟନରୁ ଏହା ଜଣାପଡିଛି କି ଚନ୍ଦ୍ରପୃଷ୍ଠର ପ୍ରାୟ ୨/୪ ମିଟର ତଳେ ଆଶା ଠାରୁ ଅଧିକ ବରଫ ରହିଛି । ପୂର୍ବ ଗଣନା ଠାରୁ ଏହା ୫ରୁ ୮ ଗୁଣ ଅଧିକ ହେବ । ଏହି ତଥ୍ୟ ସମସ୍ତ ମହାକାଶ ଅନୁସନ୍ଧାନ ସଂସ୍ଥା ଲାଗି ଏକ ବହୁତ ବଡ ଖବର । ଏହାଦ୍ୱାରା ଭବିଷ୍ୟତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମଣିଷ ଚନ୍ଦ୍ରରେ ରହିପାରିବ ।

Get real time updates directly on you device, subscribe now.