fbpx
BJD SKY
BJD SKY

କଣ୍ଟାବାଞ୍ଜି ବିଧାନସଭା ଆସନରୁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

BJD

କଣ୍ଟାବାଞ୍ଜି: ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ଏହି ସମୟରେ ଭି.କେ ପାଣ୍ଡିଆନ୍, ଅନଙ୍ଗ ଉଦୟ ସିଂଦେଓ, ଟିଟିଲାଗଡ଼ ବିଧାନସଭା ପ୍ରାର୍ଥୀ ତଥା ବଲାଙ୍ଗିର ବିଜେଡି ନେତା ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ ପୂର୍ବରୁ ଆଜି ଟିଟିଲାଗଡ ସିଟି ହାଇସ୍କୁଲରୁ ଏକ ରୋଡ ସୋ’ରେ ଆସିଥିଲେ ମୁଖ୍ୟମନ୍ତ୍ରୀ । ଟିଟିଲାଗଡ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ ପଟ୍ଟନାୟକ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନରୁ ନାମାଙ୍କନପତ୍ର ଦାଖଲ କରିଥିଲେ । ଚଳିତ ନିର୍ବାଚନରେ ୨ଟି ଆସନରୁ ନିର୍ବାଚନ ଲଢୁଛନ୍ତି ନବୀନ- ହିଞ୍ଜିଳି ଏବଂ କଣ୍ଟାବାଞ୍ଜି । ୨୦୧୯ରେ ମଧ୍ୟ ୨ଟି ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ହିଞ୍ଜିଳି ସହିତ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ନବୀନ । ଉଭୟ ଆସନରେ ବିଜୟ ହାସଲ କରିବା ପରେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡିଥିଲେ ନବୀନ । ଚଳିତ ଥର ନବୀନ ୨ଟି ଆସନରୁ ନିର୍ବାଚନ ଲଢୁଥିବା ଉଭୟ ଆସନରେ ବିଜେଡି ଏକତରଫା ବିଜୟ ହାସଲ କରିବ ବୋଲି କର୍ମୀ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.