fbpx
BJD SKY
BJD SKY

(Video)ଏମିତି ବି ଆସେ ମୃତ୍ୟୁ, ନମାଜ ପଢୁଥିବା ବେଳେ ହଠାତ୍ ଟଳିପଡିଲେ ବ୍ୟକ୍ତି ଆଉ ତା’ପରେ ସବୁ ଶେଷ

BJD

ଗାଜିଆବାଦ:ଉତ୍ତରପ୍ରଦେଶ ଗାଜିଆବାଦରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ମୁରାଦନଗର ମସଜିଦ୍‌ରେ ନମାଜ ପଢୁଥିବା ସମୟରେ ଅଚାନକ ହୃଦଘାତ ହେବାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ମସଜିଦ୍‌ରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଛି । ବୟସ୍କ ବ୍ୟକ୍ତି ଜଣକ ସେନା ବାହିନୀର ଜଣେ ଅବସରପ୍ରାପ୍ତ କର୍ମଚାରୀ ଥିଲେ । ସେ ନମାଜ ପଢୁଥିବା ସମୟରେ ପଛକୁ ଢଳିପଡି ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ମସଜିଦ୍‌ରେ ଥିବା ଲୋକମାନେ ତୁରନ୍ତ ତାଙ୍କ ପାଖକୁ ଦୌଡି ଆସିଥିଲେ । କିନ୍ତୁ ହୃଦଘାତ କାରଣରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ମୁୁରାଦନଗରର ଆଦର୍ଶ କଲୋନୀରେ ରୁହନ୍ତି ହାଜି ହନିଫ୍ । ସେ ଏଠାରେ ଥିବା ମସଜିଦ୍‌କୁ ଆସି ନମାଜ ପଢୁଥିଲେ । ଏହି ସମୟରେ ସେ ହଠାତ୍ ପଛକୁ ଢଳିପଡିଥିଲେ । ତାଙ୍କୁ ଏପରି ଅବସ୍ଥାରେ ଦେଖି ଲୋକମାନେ ଦୌଡି ଆସିଥିଲେ । କିନ୍ତୁ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଏହି ଭିଡିଓ ମେ’ ମାସ ୧ ତାରିଖ ଅର୍ଥାତ୍ ଗୁରୁବାର ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ତେବେ ଏହା କେବେ ଘଟିଛି ଏହାର ସଠିକ୍ ତାରିଖ ଓ ସମୟ ବିଷୟରେ କିଛି ଉଲ୍ଲେଖ କରାଯାଇନାହିଁ ।

Get real time updates directly on you device, subscribe now.