fbpx
BJD SKY
BJD SKY

ନାମାଙ୍କନ ଦାଖଲ କଲେ ଅପରାଜିତା ଏବଂ ମନ୍ମଥ, ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ମୁହାଁମୁହିଁ ହେଲେ ବିଜେଡି- ବିଜେପି କର୍ମୀ

BJD

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ହେୱିୱେଟ୍ ନାମାଙ୍କନ ଦାଖଲ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେଡି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିଛନ୍ତି ।

ଗୁରୁବାର ସମର୍ଥକଙ୍କ ଗହଣରେ ଏକ ଶୋଭାଯାତ୍ରା କରି ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ଖୋର୍ଦ୍ଧା ଜିଲ୍ଲାପାଳ ଅଫିସରେ ଲୋକସଭା ଆସନରୁ ନାମାଙ୍କନ ଭରିଥିଲେ । ସେହିପରି ଆଜି ସକାଳୁ ସକାଳୁ ମନ୍ମଥଙ୍କୁ ନେଇ ରାଜନୈତିକ ମହଲ ତଥା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ପ୍ରଭୁଙ୍କ ଦର୍ଶନ ସମୟରେ ସେ ଶଙ୍ଖ ଫୁଙ୍କିବା ସହ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ଅପରପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ମୁହାଁମୁହିଁ ହୋଇଥିଲେ ବିଜେଡି ଏବଂ ବିଜେପି କର୍ମୀ । ଉଭୟ ଗୋଷ୍ଠୀର ସମର୍ଥକ ନାରାବାଜି କରିବା ସହିତ ଜୟ ନବୀନ, ଜୟ ମୋଦୀ ନାରା ପକାଇଥିଲେ । ତେବେ ଆଉ କିଛି ଦିନରେ ମତଦାନ ଥିବାବେଳେ ଜିଲ୍ଲାପାଳ ଅଫିସ ଆଗରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ଚର୍ଚ୍ଚା ସୃଷ୍ଟି କରିଛି ।

Get real time updates directly on you device, subscribe now.