fbpx

BIG BREAKING…ବୃନ୍ଦାବନରୁ ଫେରିବାବେଳେ ବସ୍‌ରେ ଲାଗିଲା ନିଆଁ; ୮ଜୀବନ୍ତ ଦଗ୍ଧ, ୨୪ଗୁରୁତର

AAKASH

ନୂଆଦିଲ୍ଲୀ: ହରିୟାଣାର ନୁହ ଜିଲ୍ଲାରେ ଆଜି ସକାଳେ ଏକ ପର୍ଯ୍ୟଟକ ବସରେ ନିଆଁ ଲାଗିଯାଇଛି। ଦୁର୍ଘଟଣାରେ ୮ ଜଣ ପର୍ଯ୍ୟଟକ ଜୀବନ୍ତ ଦଗ୍ଧ ହୋଇଥିବା ଖବର ମିଳିଛି। ସେହିପରି ୨୪ ଜଣ ପର୍ଯ୍ୟଟକ ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ବସ୍ ଜଳି ପାଉଁଶ ହୋଇଯାଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଚିତ୍କାର ହୋଇଥିଲା। ଆଖପାଖ ଲୋକେ କୌଣସି ପ୍ରକାରେ ପର୍ଯ୍ୟଟକଙ୍କୁ ବସ୍ ଭିତରୁ ଟାଣି ନେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଟୁରିଷ୍ଟ ବସ୍ ରେ ପାଖାପାଖି ୬୦ ଜଣ ଯାତ୍ରୀ ଥିଲେ, ଯେଉଁମାନେ ପଞ୍ଜାବ ଓ ଚଣ୍ଡିଗଡ଼ର ବୋଲି କୁହାଯାଉଛି। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଛି। ପର୍ଯ୍ୟଟକମାନେ ବନାରସ ଏବଂ ବୃନ୍ଦାବନ ଦର୍ଶନ କରି ଫେରୁଥିଲେ। ଆହତ ଭକ୍ତ ସରୋଜ ପୁଞ୍ଜ ଓ ପୁନମ୍ ଏହି ସୂଚନା ଦେଇଛନ୍ତି। ଆହତ ପର୍ଯ୍ୟଟକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାବିର, ନସୀମ ଏବଂ ସେମାନଙ୍କ ସାଙ୍ଗମାନେ କହିଛନ୍ତି ଯେ ବସ୍ ଟି ପଛପଟୁ ଜଳୁଥିଲା ଏବଂ ଯାତ୍ରୀମାନଙ୍କ ମଧ୍ୟରେ ଚିତ୍କାର ହେଉଥିଲା। ସେମାନେ ବାଇକରେ ବସକୁ ପିଛା କରି ଡ୍ରାଇଭରଙ୍କୁ କହି ବସ୍ କୁ ଅଟକାଇଥିଲେ। ଯାତ୍ରୀମାନେ ଓହ୍ଲାଇବା ବେଳକୁ ନିଆଁ ପୂରା ବସକୁ ପୋଡ଼ି ଦେଇଥିଲା

Get real time updates directly on you device, subscribe now.