fbpx

MI vs LSG; ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ଲଜ୍ଜାଜନକ, ପରାଜୟ ପରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଦଳ

Advertisement

ମୁମ୍ୱାଇ: ଆଇପିଏଲ୍ ୨୦୨୪ର ୬୭ତମ ମ୍ୟାଚ୍ ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୨୧୪ ରନ୍ କରିଥିଲା। ଜବାବରେ ମୁମ୍ବାଇ ଦଳ ମାତ୍ର ୧୯୬ ରନ୍ କରିପାରିଥିଲା। ମୁମ୍ବାଇ ଆଇପିଏଲ ୨୦୨୪ର ୧୦ଟି ମ୍ୟାଚ୍ ହାରିଛି। ଏହା ପୂର୍ବରୁ ୨୦୨୨ରେ ମଧ୍ୟ ଦଳ ୧୦ଟି ମ୍ୟାଚ୍ ହାରିଛି।

ଏମ୍ ଆଇ ୨୦୨୪ ପଏଣ୍ଟ ଟେବୁଲର ନିମ୍ନରେ ରହିଛି। ଚଳିତ ସିଜିନରେ ସେ ୧୪ଟି ମ୍ୟାଚ୍ ଖେଳିଥିବା ବେଳେ ଏହି ସମୟ ମଧ୍ୟରେ ମାତ୍ର ୪ଟି ମ୍ୟାଚ୍ ଜିତିଛନ୍ତି। ସେ ୧୦ଟି ମ୍ୟାଚରେ ପରାଜୟ ହୋଇଛନ୍ତି। ମୁମ୍ବାଇ ପ୍ରଥମ ୩ଟି ମ୍ୟାଚରେ କ୍ରମାଗତ ପରାଜୟର ସମ୍ମୁଖୀନ ହୋଇଛି। ସେ ଗୁଜରାଟ, ହାଇଦ୍ରାବାଦ ଓ ରାଜସ୍ଥାନଠାରୁ ପରାସ୍ତ ହୋଇଥିଲେ। ଏହାପରେ ସେ ଦିଲ୍ଲୀ, ଲକ୍ଷ୍ନୌ ଓ କୋଲକାତାକୁ ମଧ୍ୟ ପରାସ୍ତ କରିଥିଲେ।

୨୦୦୯ରେ ମୁମ୍ବାଇକୁ ୮ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ୨୦୧୪ ଓ ୨୦୧୮ରେ ମଧ୍ୟ ଦଳ ୮-୮ଟି ମ୍ୟାଚ୍ ହାରିଥିଲା। ତାଙ୍କୁ ୨୦୨୨ ସିଜନର ୧୦ଟି ମ୍ୟାଚ୍ ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ଏବେ ୨୦୨୪ରେ ଦଳ ୧୦ଟି ମ୍ୟାଚ୍ ହାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁମ୍ବାଇ ଘରୋଇ ପଡ଼ିଆରେ ଖେଳାଯାଇଥିବା ୭ଟି ମ୍ୟାଚ୍ ରୁ ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟ ବରଣ କରିଛି। ଅନ୍ୟାନ୍ୟ ପଡ଼ିଆରେ ମାତ୍ର ୧ଟି ମ୍ୟାଚ୍ ଜିତିଥିବା ବେଳେ ୬ଟିରେ ପରାଜୟ ବରଣ କରିଛି।

Get real time updates directly on you device, subscribe now.