fbpx

ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା କଳାକାର ସହାୟତା ଆବେଦନ ଅବଧି: ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ । ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ପ୍ରବଳ ତାତି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ପ୍ରବଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କଳାକାର ସହାୟତା ଆବେଦନ ଅବଧି ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଥିଲା । ଏହି ଆବେଦନ ଅବଧିକୁ ବୃଦ୍ଧି କରିବା ପାଇଁ ଶ୍ରୀଜଗନ୍ନାଥ ନାମ ସଂକୀର୍ତ୍ତନ ଲୋକକଳା ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ଏହି ମର୍ମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉପରିସ୍ଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲା । ତେଣୁ ଏବେ ଏହି ଆବେଦନ ଅବଧିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

କଳାକାଳମାନେ ନିଜ ନିଜ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଏନେଇ ଆବେଦନ କରିପାରିବେ ବୋଲି କୁହାଯାଇଛି । ଏହି ନିଷ୍ପତ୍ତିକୁ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି । ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଲୋକମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଆବେଦନ ଅବଧି ବୃଦ୍ଧି କରିବାକୁ ଦାବି ହୋଇଥିଲା । ତେବେ ରାଜ୍ୟ ସରକାର ଯେଉଁ ୩୦ ହଜାର କଳାକାରଙ୍କୁ ସହାୟତା ନେଇ ଘୋଷଣା କରିଛନ୍ତି ତାହାକୁ ବୃଦ୍ଧି କରି ୧ ଲକ୍ଷ କଳାକାରଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସରକାରଙ୍କ ନିକଟରେ ଦାବି ହୋଇଛି ।

Get real time updates directly on you device, subscribe now.