fbpx

ମହିଳା ଥାନାରେ କୁକୁର ଦେଖି ରାଗିଗଲେ SP; ୫କର୍ମଚାରୀଙ୍କୁ ନ ଆସିବାକୁ ଦେଲେ ନିର୍ଦ୍ଦେଶ

Advertisement

ଭୋପାଳ: ମଧ୍ୟପ୍ରଦେଶର ଅଶୋକ ନଗର ଜିଲ୍ଲାର ଏକ ମହିଳା ଥାନାରେ କୁକୁର ଦେଖି ରାଗିଗଲେ ଏସ୍ପି। ଅବହେଳା ଅଭିଯୋଗରେ ଜଣେ କାର୍ଯ୍ୟନିର୍ବାହୀ ସବ୍ ଇନ୍ସପେକ୍ଟରଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିନ୍ଦା କରିବା ସହ ଆଉ ଥାନା ପରିସରକୁ ନ ପଶିବାକୁ ଦେଲେ ନିର୍ଦ୍ଦେଶ। ତେବେ ପଶୁପ୍ରେମୀ ସଂଗଠନର ଆପତ୍ତି ପରେ ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଆଦେଶ ପ୍ରତ୍ୟାହାର କରିବାକୁ ପଡ଼ିଥିଲା।

ବ୍ରିଜ୍ ଫର୍ ଆନିମଲ୍ ସଂଗଠନର ଇନ୍ଦୋର ୟୁନିଟ୍ ର ସଭାପତି ପ୍ରିୟାଂଶୁ ଜୈନ କହିଛନ୍ତି ଯେ ଅଶୋକ ନଗରର ମହିଳା ଥାନାରେ ଅସହାୟ କୁକୁର ଓ ତା’ର ଛୁଆଙ୍କୁ ଦେଖିବା ପରେ ଏସପି ରାଗି ଯାଇଥିଲେ। ଏହାପରେ ଜଣେ ଏସ୍.ଆଇ ଏବଂ ଅନ୍ୟ ୪ ଜଣ ପୋଲିସ କର୍ମଚାରୀଙ୍କୁ ଥାନାକୁ ନ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ। ଭବିଷ୍ୟତରେ ଥାନା ପରିସରକୁ କୁକୁର ଓ ଅନ୍ୟାନ୍ୟ ପଶୁ ମାନେ ପ୍ରବେଶ କରନ୍ତୁ ନାହିଁ ବୋଲି ଏସପି ତାଙ୍କ ନିର୍ଦ୍ଦେଶରେ କହିଛନ୍ତି।

ମହିଳା ଥାନା ପରିସରରେ ପ୍ରାୟତଃ କୁକୁରଙ୍କୁ ଦେଖିବାକୁ ମିଳେ। ଏସପିଙ୍କ ନିର୍ଦ୍ଦେଶର ସୂଚନା ମିଳିବା ମାତ୍ରେ ସେ ତାଙ୍କୁ ଚିଠି ଲେଖିଥିଲେ। ବୁଲା ପଶୁଙ୍କ ବାସସ୍ଥାନ ବଦଳାଇବା କିମ୍ବା ସେମାନଙ୍କୁ ସେମାନଙ୍କ ରହୁଥିବା ସ୍ଥାନରୁ ଦୂରେଇ ନେବା ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ବୋଲି କହିଥିଲେ। ଶୁକ୍ରବାର ଏହି ଆଦେଶକୁ ପ୍ରତ୍ୟାହାର କରାଯାଇଥିବା ଅଶୋକନଗର ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.