fbpx

ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଲିଖିତ ପରୀକ୍ଷାର ଆନସର କି ଜାରି କଲା OSSSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଏହି ସମସ୍ତ ପଦ ପାଇଁ ଗତ ଏପ୍ରିଲ ୨୪ରୁ ମେ ୭ ତାରିଖ ପର୍ଯ୍ୟନ୍ତ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉକ୍ତ ପରୀକ୍ଷାର ଆନସର କି ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଜାରି କରାଯାଇଛି । ପ୍ରାର୍ଥୀମାନେ ସେମାନଙ୍କର ପଞ୍ଜିକୃତ ୟୁଜର ଆଇଡି ଓ ପାସୱାଇ ଦେଇ ୱେବସାଇଟରେ ଲଗିନ୍ କରିପାରିବେ ।

ୱେବସାଇଟର ହୋମପେଜକୁ ଯାଇ ପ୍ରାର୍ଥୀମାନେ ‘ଫାଇଲ ଅବଜେକ୍ସନସ ଟୁ ପବ୍ଲିସଡ ଆନସର କି’ ଉପରେ କ୍ଲିକ କରିବେ । ପ୍ରାର୍ଥୀମାନେ ମେ ୨୩ ପୂର୍ବରୁ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ । ଇ-ମେଲ, ପୋଷ୍ଟ, କୌଣସି ବ୍ୟକ୍ତିଙ୍କ ଜରିଆରେ କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ । ମେ ୨୩ ପରେ ପ୍ରାର୍ଥୀଙ୍କର କୌଣସି ଅଭିଯୋଗ ଗ୍ରହଣ କରାଯିବ ନାହିଁ ।

ଲିଙ୍କ:https://www.osssc.gov.in/Docs/CRE-II-Answerkey-and-objection.pdf

Get real time updates directly on you device, subscribe now.