fbpx

୨୦୨୪-୨୫ ଶିକ୍ଷାବର୍ଷ ପିଜି ଆଡମିଶନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମେ ୧୮ରୁ ୨୭ ପର୍ଯ୍ୟନ୍ତ କରାଯିବ ଆବେଦନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ମେ ୧୮ରୁ ୨୭ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ କରିପାରିବେ । ସାମ୍ସ ପୋର୍ଟାଲ https://www.samsodisha.gov.in/ ଜରିଆରେ ଏକକ ପିଜି ପ୍ରବେଶିକା ପରୀକ୍ଷା ବା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଆବେଦନକାରୀଙ୍କ ପ୍ରବେଶିକା ପରୀକ୍ଷା ମାର୍କ ଓ କ୍ୟାରିୟର ମାର୍କକୁ ନେଇ ମେଧା ତାଲିକା ପ୍ରକାଶ ପାଇବ ।

ଚଳିତ ମାସ ୧୮ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୭ ତାରିଖରେ ସମାପ୍ତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପିଜି ନାମଲେଖା ପ୍ରକ୍ରିୟାରେ ଚଳିତ ଥର ପୁରୀ ଜିଲ୍ଲାରେ ଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟଓ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟକୁ ସାମିଲ କରାଯାଇଛି । ଜୁନ୍ ୨୨ ତାରିଖରେ ଆବେଦନକାରୀଙ୍କୁ ହଲ୍ ଟିକେଟ୍ ମିଳିବ । ଜୁଲାଇ ୩ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦ ତାରିଖ ସୁଦ୍ଧା ମୂଲ୍ୟାଙ୍କନନ କରାଯାଇ ମାର୍କ ଓକାକକୁ ପ୍ରଦାନ କରାଯିବ । ଜୁଲାଇ ୧୨ରୁ ୨୦ ମଧ୍ୟରେ ଆବେଦନକାରୀମାନେ ସେମାନଙ୍କର ମାର୍କଶିଟ୍ ଦାଖଲ କରିବେ । ଆବେଦନକୁ ନେଇ ବିସ୍ତୃତ ନିୟମାବଳୀ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ।

Get real time updates directly on you device, subscribe now.