fbpx

SEBI ବଦଳାଇଲା ଖାସ୍ ନିୟମ: ମ୍ୟୁଚୁଆଲ ଫଣ୍ଡ ନିବେଶକାରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

Advertisement

ନୂଆଦିଲ୍ଲୀ: ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ଲୋକମାନଙ୍କୁ ମିଳିଛି ଏକ ବଡ଼ ଆଶ୍ୱସ୍ତି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏକ ଖାସ୍ ନିୟମ ପରିବର୍ତ୍ତନ କରିଛି । ପୂର୍ବରୁ କିଛି ନିବେଶକ କେୱାଇସି ପଞ୍ଜିକୃତ କରିବାର ସମସ୍ୟାକୁ ନେଇ ଚିନ୍ତାରେ ରହିଥିଲେ । ଏବେ ସେମାନଙ୍କୁ ଏକ ବଡ଼ ଫାଇଦା ମିଳିପାରିବ । କାରଣ ପ୍ୟାନ-ଆଧାର ସଂଯୋଗ କରିବାର ନିୟମକୁ ସେମି ହଟାଇ ଦେଇଛି । ଏହାର ଅର୍ଥ ହେଉଛି ଯେଉଁମାନେ ପ୍ୟାନ-ଆଧାର ଲିଙ୍କ କରିନଥିବାରୁ କାରଣରୁ ମ୍ୟୁଚୁଆଲ ଫଣ୍ଡ କେୱାଇସି କରିପାରୁନଥିଲେ, ସେମାନେ ଏବେ ସହଜରେ ତାହାକୁ ପୂରଣ କରିପାରିବେ ।

ଗତବର୍ଷ ଅକ୍ଟୋବର ମାସରେ ସେବି ସମସ୍ତ ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କୁ ୨୦୨୪ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜ ପ୍ୟାନକୁ ଆଧାର ସହ ଯୋଡ଼ିବାକୁ କହିଥିଲା । ଉକ୍ତ ଲିଙ୍କ ନକଲେ ନିବେଶକଙ୍କ କେୱାଇସି ପ୍ରକ୍ରିୟା ଅଟକିଯିବ, ଫଳରେ ନିବେଶ ବାଧାପ୍ରାପ୍ତ ହେବ ବୋଲି କୁହାଯାଇଥିଲା । ବ୍ୟାଙ୍କ ପାସବୁକ ବା ଖାତାର ବିବରଣୀକୁ ଠିକଣା ପ୍ରମାଣପତ୍ର ଭାବେ ଉପଯୋଗ କରି କେୱାଇସି କରାଯାଇ ପାରିବ । କେୱାଇସି ରେଜିଷ୍ଟର୍ଡ ସଂସ୍ଥାଙ୍କ ଜରିଆରେ ପ୍ୟାନ, ନାମ, ଠିକଣା, ମୋବାଇଲ ନମ୍ବର ଓ ଇ-ମେଲ ଆଇଡିର ବ୍ୟବହାର କରି ମ୍ୟୁଚୁଆଲ ଫଣ୍ଡ ୟୁନିଟ ହୋଲ୍ଡର୍ସଙ୍କୁ କେୱାଇସି କରିବାକୁ ସେବି ଅନୁରୋଧ କରିଥିଲା ।

ପ୍ୟାନ ଓ ଆଧାର କାର୍ଡ ଜରିଆରେ ଆୟକର ବିଭାଗ ପରି ଅଫିସିଆଲ ଡାଟାବେସ ସହ ନିବେଶକଙ୍କ ତଥ୍ୟ ଯାଞ୍ଚ କରିବା ଏହା ପଛର ଲକ୍ଷ୍ୟ ରହିଥିଲା । ନିବେଶକମାନେ ନିଜର କେୱାଇସି ଆବଶ୍ୟକତାକୁ ପୂରଣ କରିବା ପାଇଁ ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ପରି ଡକ୍ୟୁମେଣ୍ଟର ଉପଯୋଗ କରିପାରିବେ । ଯଦି ଆଧାର ନଥିବ ତେବେ ତା’ ବଦଳରେ ଅନ୍ୟ କୌଣସି ଡକ୍ୟୁମେଣ୍ଟ ବ୍ୟବହାର କରାଯାଇପାରିବ ବୋଲି ମେ ୧୪ରେ ସେବି ଏକ ସର୍କୁଲାର ଜାରି କରି ସୂଚନା ଦେଇଛି ।

Get real time updates directly on you device, subscribe now.