fbpx

ବିଭବଙ୍କ ବିରୋଧରେ ହୋଇଥିବା ଏତଲାକୁ ନେଇ ଏପରି କହିଲେ ସ୍ୱାତୀ ମାଲିୱାଲ

Advertisement

ନୂଆଦିଲ୍ଲୀ: ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲଙ୍କୁ ଆକ୍ରମଣ ଘଟଣା। ତାଙ୍କ ସହ ହୋଇଥିବା ଅସଦାଚରଣକୁ ନେଇ ମୁଁହ ଖେଲିଛନ୍ତି ସ୍ୱାତୀ । ଶୁକ୍ରବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ସେ ନିଜର ବୟାନ ରେକର୍ଡ କରିଛନ୍ତି। ଏହି ବିବୃତିରେ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଭବ କୁମାରଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆସିଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି।

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଆକ୍ରମଣ ପରେ ସ୍ୱାତୀ ମାଲିୱାଲ ନୂଆଦିଲ୍ଲୀର ସିଭିଲ ଲାଇନ୍ସ ଥାନାରେ ପହଞ୍ଚିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କ ଜଣେ ସଦସ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ  “ସେ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ। ସେ ବିଭବ କୁମାର ଏବଂ କେଜ୍ରିୱାଲଙ୍କୁ କୌଣସି କାମପାଇଁ ଡାକିଥିଲେ। କିନ୍ତୁ କୌଣସି ପ୍ରତିକ୍ରିୟା ନ ମିଳିବାରୁ ସେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଥିଲେ।

ସେଠାରେ ମୋତେ କୁହାଯାଇଥିଲା ଯେ କେଜ୍ରିୱାଲ ଘରେ ଉପସ୍ଥିତ ଅଛନ୍ତି ଏବଂ ମୋତେ ଡ୍ରୋଇଂ ରୁମ୍ ରେ ଅପେକ୍ଷା କରିବାକୁ କୁହାଯାଇଥିଲା। ମୁଁ ଡ୍ରଇଂ ରୁମ୍ କୁ ଯାଇ ସୋଫାରେ ବସି ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲି। ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ବିଭବ କୁମାର ପହଞ୍ଚିଥିଲେ। ସେ ମୋ ଉପରେ ଚିଲାଇବା ଆରମ୍ଭ କରିଥିଲେ ଏବଂ ବିନା କୌଣସି କାରଣରେ ମୋତେ ଗାଳିଗୁଲଜ ମଧ୍ୟ କରିଥିଲେ। ମୁଁ ସ୍ତବ୍ଧ ହୋଇଯାଇଥିଲି… ଏବଂ ମୁଁ ପ୍ରତିକ୍ରିୟା ଦେଇ ତାଙ୍କୁ କହିଥିଲି ଯେ ମୋ ସହ ଏପରି କଥା ବାର୍ତ୍ତା ବନ୍ଦ କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରନ୍ତୁ ।”

ଏହାପରେ କୁମାର ତାଙ୍କୁ ଗାଳିଗୁଲଜ କରିବା ସହ କହିଥିଲେ, ତୁମେ ଆମ କଥା କେମିତି ଶୁଣିବ ନାହିଁ। ମାଲିୱାଲ କହିଛନ୍ତି ଯେ ଯେତେବେଳେ କୁମାର ତାଙ୍କୁ ଗାଳିଗୁଲଜ କରୁଥିଲେ, ସେ ତାଙ୍କ ସାମ୍ନାରେ ଠିଆ ହୋଇ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ।

 

 

Get real time updates directly on you device, subscribe now.