fbpx

ଟୋକିଓ ଅଲିମ୍ପିକ: ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କୋଚ୍ ଙ୍କୁ IOA ଦେବ ୧୨.୫ ଲକ୍ଷ ପୁରସ୍କାର

ନୂଆଦିଲ୍ଲୀ: ଟୋକିଓରେ ଖେଳାଯାଉଥିବା ଅଲିମ୍ପିକ୍ ଗେମ୍ସରେ  ରୌପ୍ୟ ପଦକ ଜିତିଥିବା ମିରାବାଇ ଚାନୁଙ୍କ କୋଚ୍ ବିଜୟ ଶର୍ମାଙ୍କୁ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରିବ IOA । ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍(IOA) ଆଜି ଟୋକିଓ ଅଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳିଙ୍କ କୋଚ୍ ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ଏହି ଅନୁଯାୟୀ ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳୀଙ୍କ କୋଚ୍ ଙ୍କୁ ୧୨.୫ ଲକ୍ଷ ଟଙ୍କା, ରୌପ୍ୟ ପଦକ ବିଜେତା ଖେଳାଳୀଙ୍କ କୋଚ୍ ଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ବ୍ରୋଞ୍ଜ ପଦକ ଜିତିଥିବା ଖେଳାଳୀଙ୍କ କୋଚ୍ ଙ୍କୁ ୭.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ଆଇଓଏ ସେକ୍ରେଟେରୀ ଜେନେରାଲ୍ ରାଜୀବ ମେହେଟ୍ଟା କହିଛନ୍ତି, ଅଲିମ୍ପିକ୍ ପଦକ ବିଜେତା ଖେଳାଳୀଙ୍କୁ ପ୍ରସ୍ତୁତ କରିବା ପାଇଁ କୋଚମାନଙ୍କୁ ମଧ୍ୟ ପୁରସ୍କାର ଦେବାକୁ ପଡିବ । ସେମାନେ ଦିନରାତି ଖେଳାଳିଙ୍କୁ ମାର୍ଗଦର୍ଶନ କରନ୍ତି । ସେମାନେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି ।

ଆଇଓଏ ଗୁରୁବାର ଘୋଷଣା କରିଛି ଯେ ଟୋକିଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୭୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ଅଂଶଗ୍ରହଣକାରୀ ଜାତୀୟ କ୍ରୀଡ଼ା ଫେଡେରେଶନକୁ ବୋନସ୍ ଭାବରେ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବ। ରୌପ୍ୟ ପଦକ ବିଜେତାଙ୍କ ପାଇଁ ୪୦ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ।

Get real time updates directly on you device, subscribe now.