fbpx

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗାଳି-ଗୁଲଜ କରି ନିଲମ୍ବିତ ହୋଇଥିବା ୧୨ ବିଜେପି ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ରର ବିଧାନସଭା ବାଚସ୍ପତିଙ୍କ ବ୍ୟକ୍ତିଗତ କକ୍ଷରେ କାର୍ଯ୍ୟ କରୁଥିବା ପୀଠାସୀନ ଅଧିକାରୀ ଭାସ୍କର ଯାଦବଙ୍କ ସହିତ ଦୁର୍ବ୍ୟବହାର ଏବଂ ଗାଳି ଗୁଲଜ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ୧୨ ବିଜେପି ବିଧାୟକ । ଏବେ ସେମାନେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେମାନେ କହିଛନ୍ତି ଯେ, ତାଙ୍କୁ ଗୋଟିଏ ବର୍ଷ ପାଇଁ ସସପେଣ୍ଡ୍ କରିବା ପୂର୍ବରୁ ପକ୍ଷ ରଖିବାର ସୁଯୋଗ ଦେଲେନି ।

ବାଚସ୍ପତିଙ୍କ ଅଧିକାରୀଙ୍କ ସହ ଅପମାନଜନକ ଏବଂ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜୁଲାଇ ୬ ତାରିଖରେ ବିଧାନସଭାରୁ ୧୨ ବିଜେପି ବିଧାୟକଙ୍କ ୧ ବର୍ଷ ପାଇଁ ନିଲମ୍ବିତ କରିଦିଆଯାଇଥିଲା । ସୁପ୍ରିମକୋର୍ଟରେ ବିଧାୟକ ମାନେ ଆବେଦନ କରି ଲେଖିଛନ୍ତି ଯେ, ନିଲମ୍ବିତ କରିବା ପୂର୍ବରୁ ବିଧାୟକଙ୍କୁ ସେମାନଙ୍କ ସ୍ପଷ୍ଟୀକରଣ ରଖିବାର ଅବସର ଦେବା ଆବଶ୍ୟକ ଥିଲା । ଏହାଛଡ଼ା ୧ ବର୍ଷର ନିଲମ୍ବିତ ସମୟ ଅତ୍ୟଧିକ ଅନୁପାତହୀନ ଥିଲା ।

ତେବେ ଏନେଇ ଭାସ୍କର ଯାଦବ କହିଛନ୍ତି ଯେ, ଓବିସି ଆରକ୍ଷଣ ସହ ଜଡ଼ିତ ପ୍ରସ୍ତାବ ଉପରେ କଥାକଟି ଚାଲିଥିବା ମଧ୍ୟରେ ବିପକ୍ଷ ଦଳର ନେତା ମାନେ ଭିତରକୁ ଆସିଯାଇଥିଲେ । ମୋତେ ମା-ଭଉଣୀ କଥା କହି ଗାଳି ଦେଇଥିଲେ । ଗାଁର ଗୁଣ୍ଡା ମାନଙ୍କ ପରି ବ୍ୟବହାର କଲେ । ମହାରାଷ୍ଟ୍ରରେ ଏମିତି ପୂର୍ବରୁ କେବେ ହୋଇନଥିଲା ।

Get real time updates directly on you device, subscribe now.