fbpx

ଚୀନକୁ ୧ ଲକ୍ଷ କୋଟିର ଝଟକା!; କେଟ୍ ନେଲା ଏମିତି ପଦକ୍ଷେପ

ନୂଆଦିଲ୍ଲୀ: ଚୀନକୁ ମିଳିବ ଏକ ଲକ୍ଷ କୋଟିର ଝଟକା । ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଏନେଇ ପ୍ରୟାସ ଆରମ୍ଭ କରାଯାଇଛି । ଭାରତୀୟ ବ୍ୟବସାୟୀ ସଂଘ କନଫେଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ୍) ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯିବା ନେଇ ଘୋଷଣା କରାଯାଇଛି । ଭାରତୀୟ ସାମାନ-ହମାରା ଅଭିୟାନ ନାମକ ନାରା ସହିତ ଏହି ଚୀନ୍ ସାମଗ୍ରୀ ବୟକଟ୍ ଆରମ୍ଭ କରାଯାଇଛି । କେଟ୍ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଡିସେମ୍ବର ୨୦୨୧ ସୁଦ୍ଧା ଚୀନ ପକ୍ଷରୁ ଆମଦାନୀ କରାଯାଉଥିବା ସାମଗ୍ରୀର ମୂଲ୍ୟକୁ ୧ ଲକ୍ଷ କୋଟି କମ କରିବାର ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଲୋକାଲ ଫର ଭୋକାଲକୁ ଦ୍ୱିତୀୟ ବର୍ଷ ପୁରୁଥିବା ବେଳେ ଏପରି ଘୋଷଣା କରାଯାଇଛି । ଆତ୍ମନିର୍ଭର ଭାରତ ଯୋଜନାରେ ଖାଦ୍ୟପଦାର୍ଥ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଗ୍ରୋସରୀ, ଜୋତା,ଖେଳଣା, କ୍ରକରୀ ଓ ଗିଫ୍ଟ ଆଇଟମ ଗୁଡିକର କ୍ରୟ ବିକ୍ରୟ କରାଯିବ ନାହିଁ ବୋଲି କେଟର ମୁଖ୍ୟ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।

ଏହି ଅଭିଯାନରେ ଦେଶର ୮ କୋଟି ବିକ୍ରେତାଙ୍କୁ ସାମିଲ କରି ଏହାକୁ ସଫଳ କରିବାର ଯୋଜନା ପ୍ରସ୍ତୁତ କରିଛି କେଟ୍ । ୮ କୋଟି ବ୍ୟବସାୟୀଙ୍କୁ ସାମିଲ କରି ୧୩୮ କୋଟି ଭାରତୀୟଙ୍କୁ ସଚେତନ କରିବାର ପ୍ରୟାସ କରାଯିବ ବୋଲି ଖଣ୍ଡେଲୱାଲ କହିଛନ୍ତି । ଏହା ସହିତ ଭାରତୀୟ କ୍ଷୁଦ୍ର ଶିଳ୍ପ ଓ ସ୍ଥାନୀୟ ଶିଳ୍ପକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ । ଦେଶରେ ଆବଶ୍ୟକ ପରିମାଣରେ ସାମଗ୍ରୀ ଉତ୍ପାଦିତ ହେଲେ ଚୀନକୁ ଭାରତ ମାତ ଦେଇ ପାରିବ ।

ଏହା ସହିତ ବିଗତ ୨୦ ବର୍ଷରେ ଭାରତକୁ ଚୀନର ଆମଦାନୀ ୩୫୦୦ ପ୍ରତିଶତ ବଢିଛି । ୨୦୦୧ ଚୀନ ସାମଗ୍ରୀ ଆମଦାନୀ ପରିମାଣ ୨ ବିଲିୟନ୍ ଡଲାର ରହିଥିବା ବେଳେ ଆଜିର ଦିନରେ ଏହା ୭୦ ବିଲିୟନ ଡଲାରରେ ପହଞ୍ଚିଛି । ଚୀନ ସାମଗ୍ରୀର ଆମଦାନୀ ୩୫୦୦ ଗୁଣ ବଢିଥିବା ବେଳେ ଏହାକୁ ଚେକ୍ ମେଟ୍ ଦେବାର ଲକ୍ଷ୍ୟ ରହିଥିବା କହିଛନ୍ତି ଖଣ୍ଡେଲୱାଲ ।

Get real time updates directly on you device, subscribe now.