fbpx
BSKY
BJD MC SKY
BJD YOUTH SKY

୨୦୨୪ ପାଇଁ ବିଗ୍ ପ୍ଲାନ୍: ବିଧାନସଭା ନିର୍ବାଚନ ଜିତିଥିବା ବିଜେପିର ୧୨ ଜଣ ସାଂସଦଙ୍କ ଇସ୍ତଫା

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ୩ଟି ରାଜ୍ୟରେ ବିଜେପି ବହୁମତ ହାସଲ କରିଥିଲା । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଜେପି ବଡ଼ ସଫଳତା ହାସଲ କରିଥିବା ବେଳେ ସେହି ରାଜ୍ୟଗୁଡ଼ିକରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହାକୁ ନେଇ ଏବେ କେନ୍ଦ୍ରୀୟ ନେତୃତ୍ୱ ଅଙ୍କ କଷୁଛନ୍ତି । ତେବେ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ବିଜେପି ବହୁ ସାଂସଦଙ୍କୁ ବିଧାନସଭା ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲା ।

ତେବେ ଏହା ମଧ୍ୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ବିଧାନସଭା ନିର୍ବାଚନରେ ବିଧାୟକ ଭାବେ ଜିତିଥିବା ଦଳର ୧୨ ଜଣ ସାଂସଦ ନିଜର ସଦସ୍ୟତା ଛାଡ଼ିଛନ୍ତି । ଯେଉଁ ସାଂସମାନେ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିଥିଲେ ସେମାନେ ଏବେ ନିଜ ସାଂସଦ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଆଗାମୀ ଲୋକସଭା ମେଗା ଫାଇଟକୁ ଦୃଷ୍ଟିରେ ରଖି ବିଜେପି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି ।

ନିକଟରେ ସମାପ୍ତ ହୋଇଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବା ସହିତ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ଦଳ ତେଲେଙ୍ଗାନାରେ ୮ଟି ଆସନରେ ଜିତିଥିଲା । ତେବେ ଏହି ୪ଟି ରାଜ୍ୟରେ ଦଳ ୨୧ ଜଣ ସାଂସଦଙ୍କୁ ଟିକେଟ ଦେଇଥିଲା । ସେମାନଙ୍କ ମଧ୍ୟରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ୭-୭ ଜଣ ଲେଖାଏଁ ସାଂସଦ ନିର୍ବାଚନ ଲଢ଼ିଥିବା ବେଳେ ଛତିଶଗଡ଼ରେ ୪ ଜଣ ଓ ତେଲେଙ୍ଗାନାରେ ୩ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଥିଲା । ଦଳର ହାଇକମାଣ୍ଡଙ୍କୁ ସାକ୍ଷାତ କରିବା ପରେ ସେମାନେ ନିଜ ନିଜର ସାଂସଦ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଦିୟା କୁମାରୀ, କିରୋଡୀ ଲାଲ ମୀନା, ମଧ୍ୟପ୍ରଦେଶରୁ ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ପଟେଲ, ରାକେଶ ସିଂହ, ରୀତି ପାଠକ, ଉଦୟ ପ୍ରତାପ ସିଂହ, ଛତିଶଗଡ଼ରୁ ଗୋମତୀ ସାଈ ଓ ଅରୁଣ ସାବ ନିଜ ସାଂସଦ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ଏଥିସହିତ ଛତିଶଗଡ଼ର ସାଂସଦ ରେଣୁକା ସିଂହ ଓ ରାଜସ୍ଥାନର ସାଂସଦ ବାବା ବାଲକନାଥ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.