ପେଟକୁ ଚିପିଲେ ପାଟିରୁ ବାହାରୁଛି ନିଆଁ… ଭାରଇାଲ ହେଉଛି Video, ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ
ଅଜଣା ରୋଗରେ ମଲେଣି ୧୨ କୁକୁଡ଼ା । ନିଆଁ ବାନ୍ତି କରୁଛି କୁକୁଡ଼ା ।
ବେଙ୍ଗାଲୁରୁ: କର୍ନାଟକର ଏକ ଗାଁରୁ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ପଶୁପାଳକଙ୍କର ୧୨ଟି କୁକୁଡ଼ା ଅଜଣା ରୋଗରେ ମରିଯିବା ପରେ ସେମାନଙ୍କ ପାଟିରୁ ନିଆଁ ବାହାରିଛି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
ଭାଇରାଲ ଭିଡିଓ ମୁତାବକ, ଗୋଟେ ମଲା କୁକୁଡ଼ା ତଳେ ପଡ଼ି ରହିଥିବାବେଳେ ଜଣେ ବ୍ୟକ୍ତି ସେହି ମଲା କୁକୁଡ଼ାର ପେଟକୁ ଚୁପୁଛନ୍ତି । ପେଟକୁ ଚିପିବା ମାତ୍ରକେ କୁକୁଡ଼ା ପାଟିରୁ ନିଆଁ ବାହାରୁଛି । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।
ତେବେ କୁକୁଡ଼ାମାନେ କେଉଁ ରୋଗରେ ପ୍ରାଣ ହରାଇଛନ୍ତି ତା’ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ତଥ୍ୟ ସାମ୍ନାକୁ ଆସି ନାହିଁ ।
କର୍ନାଟକର ସକଲେସପୁରରୁ ଏ ଘଟଣା ସାମ୍ନାକୁ ଆସିଛି । ରବି ନାମକ ପଶୁ ପାଳକଙ୍କର ଏ କୁକୁଡ଼ା । ଗତ ୧୮ ତାରିଖରୁ କୁକୁଡ଼ାମାନେ ଅସୁସ୍ଥ ହୋଇ ପଡ଼ି ଜଣଙ୍କ ପରେ ଜଣେ ମରିବାରେ ଲାଗିଥିବା ରବି କହିଛନ୍ତି ।
ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୭ ନିୟୁତରୁ ଅଧିକ ଲୋକ ଦେଖି ସାରିଲେଣି । ଅଧିକାଂଶ ବ୍ୟକ୍ତି ଭିଡିଓଟିକୁ ମିଛ ବୋଲି କହୁଛନ୍ତି ।
सकलेशपुर भारतीय गांव में वर्तमान में दहशत का माहौल है,
क्योंकि उनके सभी मुर्गे रहस्यमय तरीके से मर गए और कथित तौर पर दबाने पर उनके मुंह से आग निकलने लगी। pic.twitter.com/V4jQFKMoUX— Dr. Sheetal yadav (@Sheetal2242) December 26, 2024