fbpx

ଭୟଙ୍କର ବସ୍ ଦୁର୍ଘଟଣାରେ ଚାଲିଗଲା ୧୨ ଜଣଙ୍କ ଜୀବନ: ବିବାହ ଉତ୍ସବ ସାରି ଘରକୁ ଫେରୁଥିଲେ ପରିବାର

ଗଞ୍ଜାମ: ବାହାନଗା ଟ୍ରେନ ଦୁର୍ଘଟଣାର ଦୁଃଖଦ ଘଟଣାକୁ ଏପର୍ଯ୍ୟନ୍ତ ଭୁଲିପାରି ନାହାନ୍ତି ଓଡିଶାବାସୀ । ଏହାକୁ ମାସେ ନ ପୁରୁଣୁରୁ ଆଉ ଏକ ଭୟଙ୍କର ଦୁର୍ଘଟଣାରେ ଚାଲିଯାଇଛି ପୁଣି କିଛି ନିରୀହ ଜୀବନ । ସକାଳୁ ସକାଳୁ ବସ୍ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମର ଦିଗପହଣ୍ଡିରେ ଦୁଇଟି ବସ୍ ମଧ୍ୟ ରେ ମୁହାଁମୁହିିଁ ଧକ୍କା ହେବାରୁ ୪ ମହିଳା ଏବଂ ୨ ଶିଶୁଙ୍କ ସମେତ ୧୨ ଜଣ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଗଞ୍ଜାମ ଦିଗପହଣ୍ଡିରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଯାଇଛି । ଓଏସଆରଟିସି ବସ୍ ଏବଂ ଏକ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି । ତେବେ ଜାଣିବାକୁ ମିଳିଛି ଯେ, ଘରୋଇ ବସରେ ଥିବା ଯାତ୍ରୀମାନେ ଏକ ବିବାହ ଉତ୍ସବକୁ ଯାଇଥିଲେ । ବ୍ରହ୍ମପୁରରୁ ବିବାହ ଉତ୍ସବ ସାରି ଖୁସି ମନରେ ଫେରୁଥିଲେ ଖଣ୍ଡଦେଉଳିକୁ । କିନ୍ତୁ ବାଟରେ ଛକି ବସିଥିଲା ଯମ । ଗଞ୍ଜାମର ଦିଗପହଣ୍ଡି ନିକଟରେ ଏକ ସରକାରୀ ବସକୁ ଧକ୍କା ଦେଇଥିଲା ଏହି ବସ୍ । ଗୁଡାରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି ସରକାରୀ ବସ୍ ଏବଂ ଘରୋଇ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଗାଡିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୨ ଜଣଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ୨ ଶିଶୁ ରହିଛନ୍ତି । ତେବେ ଆହତ ଅନ୍ୟ ୮ ଜଣଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି । ସେପଟେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।

Get real time updates directly on you device, subscribe now.