fbpx
BSKY
BJD MC SKY
BJD YOUTH SKY

ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା, ୧୨ ଶ୍ରଦ୍ଧାଳୁ ମୃତ

ନୂଆଦିଲ୍ଲୀ: ମାତା ବୈଷ୍ଣୋ ଦେବୀ ଭବନରେ ଭକ୍ତ ମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ବେଳେ ଦଳାଚକଟା ହୋଇ ୧୨ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନେକ ସଂଖ୍ୟାରେ ଶ୍ରଦ୍ଧାଳୁ ଗୁରୁତର ଭାବରେ ଆହତ ହୋଇଛନ୍ତି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦଳାଚକଟାର ଶିକାର ହୋଇଥିବା ଶ୍ରଦ୍ଧାଳୁଙ୍କୁ ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାକାର ଡାକ୍ତର ୧୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପୋଷ୍ଟ ମଟମ୍ କରାଯିବ ଓ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ ଏହି ଅଘଟଣରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କାଶ୍ମୀରର ଲୋକ ସାମିଲ ଥିଲେ ।

ସୂଚନା ଯୋଗ୍ୟ, ଏହି ଅଘଟଣ ପରେ ମନ୍ଦିରରେ ଦର୍ଶନ ଓ ଯାତ୍ରା ବନ୍ଦ କରିଦିଆଯାଇଛି । ଏହାପରେ ଅନେକ ଶ୍ରଦ୍ଧାଳୁ ନିଜ ଘରକୁ ଫେରିଯାଇଛନ୍ତି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଚଳିତ ଥର କରୋନା ମହାମାରୀର ପ୍ରକୋପ ଜାରି ରହିଥିବାରୁ ଭକ୍ତଙ୍କ ସଂଖ୍ୟା ସୀମିତ ରହିଛି । କୋଭିଡ୍ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେଇଛନ୍ତି ପ୍ରଶାସନ ।

Get real time updates directly on you device, subscribe now.