fbpx

ଇପିଏଫ୍‌ଓ ସଦସ୍ୟଙ୍କ ଇ-ନାମାଙ୍କନ ଦାଖଲ, ଜାଣନ୍ତୁ ଏହି ସୁବିଧା ପାଇବା ପାଇଁ କଣ ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶ୍ରମ ମନ୍ତ୍ରାଳୟ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ଅନଲାଇନ୍‌ରେ ଇ-ନାମାଙ୍କନ ଦାଖଲ କାର୍ଯ୍ୟ ହାତକୁ ନିଆଯାଇଛି । ଏହି ସୁବିଧା ପାଇବା ପାଇଁ ସଦସ୍ୟ ମାନଙ୍କ ଆଧାର ନମ୍ବର ଓ ପଞ୍ଜୀକୃତ ମୋବାଇଲ୍‌ ନମ୍ବର ୟୁଏଏନ୍‌ ସହିତ ଯୋଡ଼ି ହୋଇଥିବା ଜରୁରୀ । ସଦସ୍ୟମାନଙ୍କୁ ୧୦୦ କେବିର ପାସ୍‌ପୋର୍ଟ ରଙ୍ଗିନ ଫଟୋ, ଠିକଣା ଆଦି ଅନ୍‌ଲାଇନ୍‌ରେ ଦାଖଲ କରିବା ଓ ତାହାକୁ ଅପ୍‌ଡେଟ୍‌ କରିବା ସୁଯୋଗ ଦିଆଯାଉଛି। ନିକଟସ୍ଥ ଇପିଏଫ୍‌ କାର୍ଯ୍ୟାଳୟ ଓ ସାଧାରଣ ସେବା କେନ୍ଦ୍ରରେ ଏହି କାର୍ଯ୍ୟ କରାଯାଇପାରିବ ।

ସେହିଭଳି, ଇପିଏଫ୍‌ଓ ୱେବସାଇଟ୍‌ରେ ଉପଲବ୍ଧ ସଦସ୍ୟ ୟୁନିଫାଏଡ୍‌ ପୋର୍ଟାଲ୍‌ରେ ୟୁଜର ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ଅନଲାଇନ୍‌ କାର୍ଯ୍ୟ କରିପାରିବେ । ସଦସ୍ୟଙ୍କ ବିୟୋଗ ହେଲେ ନାମିତ ନୋମିନିଙ୍କୁ ନିରବଚ୍ଛିନ୍ନ ଭାବେ ମୃତ୍ୟୁ ସମ୍ବନ୍ଧିତ ଲାଭ ମିଳିବ । ସମସ୍ତ ହିତାଧିକାରୀ, ଭବିଷ୍ୟନିଧି ସଦସ୍ୟ, ନିଯୁକ୍ତିଦାତା, ଠିକାଦାର, ମୁଖ୍ୟ ନିଯୁକ୍ତିଦାତାମାନେ ନିଜ ଭବିଷ୍ୟନିଧି ସଦସ୍ୟଙ୍କ ଇ-‌ନାମାଙ୍କନ ନିର୍ଧାରିତ ତାରିଖ ମଧ୍ୟରେ ଦାଖଲ କରି ଏହି ଅଭିଯାନକୁ ସଫଳ କରିବା ଲାଗି ଇପିଏଫ୍ଓ ପକ୍ଷରୁ ଅନୁରୋଧ କରାଯାଇଛି।

Get real time updates directly on you device, subscribe now.