fbpx
BSKY
BJD MC SKY
BJD YOUTH SKY

ଓଡ଼ିଶାରେ ପ୍ରଚାର କରିବେ ଡ୍ରିମ୍‌ଗାର୍ଲ ହେମାମାଲିନୀ !

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରଚାର କାର୍ଯ୍ୟ । ଏଥିମଧ୍ୟରେ ବିଜେପି ଏହାର ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରିଛି । ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ବଲିଉଡ଼ର ଭେଟେରାନ୍ ଅଭିନେତ୍ରୀ ହେମାମାଲିନୀଙ୍କ ନାଁ ସାମିଲ ଅଛି । ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମାମାଲିନୀଙ୍କୁ ସାମିଲ କରାଯାଇଛି ।

ସୂଚନା ମୁତାବକ, ବିଜେପି ଏହାର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପରିବର୍ତ୍ତନ କରିଛି । ତାଲିକାରେ ହେମାମାଳିନୀଙ୍କ ସହ ସ୍ଥାନ ପାଇଛନ୍ତି ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏ, କେଦାରନାଥ କଶ୍ୟପ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡ଼ିଶା । ଏଥର ରାଜ୍ୟରେ ବିଜେପି ସରକାରଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବିଜେପିର କେନ୍ଦ୍ର ନେତା ଓ ମନ୍ତ୍ରୀ । ରାଜ୍ୟରେ ବିଜେପି ପଆର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟରଙ୍କୁ ଭୋଟ ପାଇଁ ନିବେଦନ କରିବେ ।

Get real time updates directly on you device, subscribe now.