fbpx
BSKY
BJD MC SKY
BJD YOUTH SKY

Xiaomi, Redmi ଏବଂ Pocoରେ ଆସୁଛି ଭୟଙ୍କର ଭାଇରସ, ହ୍ୟାକର୍ସ ଚୋରାଇପାରନ୍ତି ପର୍ସନାଲ ଡାଟା

ନୂଆଦିଲ୍ଲୀ: Xiaomi, Redmi ଏବଂ Pocoର ଅନେକ ସ୍ମାର୍ଟଫୋନରେ ଭାଇରସ ମିଳିଥିବା ଖବର ସାମ୍ନାକୁ ଆସିଛି । ସାଇବର ସିକ୍ୟୁରିଟୀ ଫର୍ମ ସାଓମୀର ଏହି ସ୍ମାର୍ଟଫୋନରେ ୨୦ ପ୍ରକାର ଭୟଙ୍କର ଲୁପ ଖୋଜି ବାହାର କରିଛନ୍ତି । ଯାହାର କାରଣ ଜୁଜର୍ସଙ୍କ ପର୍ସନାଲ ଡାଟା ହ୍ୟାକର୍ସଙ୍କ ହାତରେ ଲାଗିପାରେ । ସାଓମୀ, ରେଡମୀ ଏବଂ ପୋକୋ ଡିଭାଇସ ଆପ୍ଲିକେସନ ଏବଂ ସିଷ୍ଟମର ଆର୍ବଟରୀ ଫାଇଲ୍ସରେ ଏହି ୨୦ ଭୟଙ୍କର ଭାଇରସ ଦେଖିବାକୁ ମିଳିଛି । ସିକ୍ୟୁରିଟୀ ରିସର୍ଚ୍ଚରେ ୫ ଦିନରେ ୨୦ ଲୁପ ହୋଲ ଖୋଜାଯାଇଛି । ୨୫ ଏପ୍ରିଲ ଠାରୁ ନେଇ ସାଓମୀର ଏହି ଡିଭାଇସରେ ଏହି ଭାଇରସ ମିଳିଛି ।

Oversecured ଦ୍ୱାରା ପବ୍ଲିସ କରାଯାଇଥିବା ଏକ ବ୍ଲଗରେ ସାଓମୀର ଡିଭାଇସରେ ଏହି ଭାଇରସକୁ ନେଇ ଦାବି କରାଯାଇଛି । ବ୍ଲଗ ମୁତାବକ Xiaomi, Redmi ଏବଂ Pocoର ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା MIUI ଏବଂ HyperOS ରେ ଏହି ସମସ୍ୟା ଦେଖିବାକୁ ମିଳିଛି । ସାଓମୀ ଚଳିତ ବର୍ଷର ଆରମ୍ଭରେ ନିଜ କଷ୍ଟମର୍ସ ଅପରେଟିଙ୍ଗ ସିଷ୍ଟମ MIUI କୁ HyperOSରେ ରିବ୍ରାଣ୍ଡ କରିଛନ୍ତି, ଯାହା Android 14 ଅପରେଟିଙ୍ଗ ସିଷ୍ଟମକୁ ସପୋର୍ଟ କରୁଛି ।

ରିପୋର୍ଟ ମୁତାବକ ଏଥିରେ କିଛି ତ୍ରୁଟି ସାଓମୀର ଓପନ ସୋର୍ସ ପ୍ରୋଜେକ୍ଟ ଆପ୍ସରେ ଦେଖିବାକୁ ମିଳିଛି । ଯାହାକୁ ପ୍ୟାଚ କରିବାର ଆବଶ୍ୟକ । ଖାସ କଥା ହେଉଛି ସାଓମୀର ଡିଭାଇସେଜରେ ଥିବା ଏହି ଆପ୍ସକୁ ପ୍ୟାଚ କରିବା ପ୍ରକ୍ରିୟାରେ ଏହି ସିକ୍ୟୁରିଟିଜ ତ୍ରୁଟି ଗୁଡିକ ଦେଖିବାକୁ ମିଳିଛି । ସାଓମୀ ରେଡମୀ ଏବଂ ପୋକୋ ଡିଭାଇସରେ ଥିବା ଏହି ଆପ୍ଲିକେସନ ଗୁଡ଼ିକରେ ତ୍ରୁଟି ଦେଖିବାକୁ ମିଳିଛି..

  • Gallery (com.miui.gallery)
  • GetApps (com.xiaomi.mipicks)
  • Mi Video (com.miui.videoplayer)
  • MIUI Bluetooth (com.xiaomi.bluetooth)
  • Phone Services (com.android.phone)
  • Print Spooler (com.android.printspooler)
  • Security (com.miui.securitycenter)
  • Security Core Component (com.miui.securitycore)
  • Settings (com.android.settings)
  • ShareMe (com.xiaomi.midrop)
  • System Tracing (com.android.traceur)
  • Xiaomi Cloud (com.miui.cloudservice)

Get real time updates directly on you device, subscribe now.