fbpx
BSKY
BJD MC SKY
BJD YOUTH SKY

ଭୋଟରଙ୍କ ମନବଳ ଭାଙ୍ଗୁଛି ୧୦ରୁ ୬୦ କିମିର ଯାତ୍ରା, ମତଦାନ ପାଇଁ ମାଇଲ ମାଇଲ ବାଟ ଯାତ୍ରା କରୁଛନ୍ତି ଏହି ଗ୍ରାମବାସୀ

(ଓଡିଶା ଭାସ୍କର): ରାଜ୍ୟରେ ଚଳିତ ୨୦୨୪ ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଛି । ବର୍ତ୍ତମାନ ସାରା ରାଜ୍ୟରେ ଏକ ରାଜନୈତିକ ସରଗରମ ଦେଖିବାକୁ ମିଳୁଛି । ସାଧାରଣ ଭୋଟର ମତଦାନ କରିବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଥିବା ବେଳେ ଏମାନଙ୍କ ପଥରେ ବିପଦ ଦେଖିବାକୁ ମିଳିଛିା ଗଞ୍ଜାମ ଜିଲ୍ଲାରେ ଏମିତି ମତଦାନ କେନ୍ଦ୍ର ଗୁଡିକ ରହିଛି ଏଠାରେ ଲୋକଙ୍କୁ ଭୋଟ ଦେବାକୁ ୧୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଯିୁବାକୁ ପଡିଥାଏ । କିଏ ଚାଲିଚାଲି ଯାଇଥାଏ ତ ଆଉ କିଏ ଗାଡି କରି ଭୋଟ ଦେବାକୁ ଯାଆନ୍ତି । ସୀମାନ୍ତରେ ରହିଥିବା ଆଦିବାସୀ ଗ୍ରାମର ଲୋକମାନେ ବଡ ବଡ ପାହାଡ ଉପରକୁ ଚଢି ଚାଲିଚାଲି ଭୋଟ ଦେଇଥାନ୍ତି । ବ୍ରହ୍ମପୁର ଲୋକସଭାର ଚିକିଟି ବିଧାନସଭା କ୍ଷେତ୍ରର ସୀମାନ୍ତ ଅଞ୍ଚଳରେ ରହିଥିବା ୪ଟି ବୁଥ୍ ବୁରାତାଲ, ଅଣ୍ଡଅଣ୍ଡା, ପୁରିଆ ସାହି ଏବଂ ତାଡକା ସାହି ବୁଥରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ଚିକିଟି ବିଧାନସଭା ଅଧୀନରେ ପାତ୍ରପୁର ବ୍ଲକର ୨୩ ପଞ୍ଚାୟତରେ ୨୪୧ଟି ବୁଥ୍ ରହିଛି । ଆନ୍ଧ୍ର ସାମାନ୍ତରେ ଥିବା ପାତ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳ ବୁରାତାଲ, ଆଙ୍କୁଲି ଓ ତୁମ୍ବା ଅଞ୍ଚଳର ଲୋକମାନେ ପାହାଡରୁ ଓହ୍ଲାଇ ଆନ୍ଧ୍ର ରାସ୍ତା ଦେଇ ଭୋଟ କେନ୍ଦ୍ରରେ ପହଞ୍ଚିଥାନ୍ତି । ବୁରାତାଲ ପଞ୍ଚାୟତରେ ଦୁଇଟି ମତଦାନ କେନ୍ଦ୍ର ରହିଛି । ଏହି ବୁଥର ୧୮୭ଟି ଗ୍ରାମରେ ୧୩୬୩ ଜଣ ଭୋଟର ରହିଛନ୍ତି । ଗୁଡିପଦର,ଖମାରଖତ, ଡାବୁଥାଳି, ଗୁଡିଖଳା ଗ୍ରାମର ଲୋକମାନେ ୪୦ କିଲୋମିଟର ବାଟକୁ ଅତିକ୍ରମ କରୁଥିବାବେଳେ କାଉପଡିଆ ଗ୍ରାମ ଲୋକମାନେ ୬୦ କିଲୋମିଟର ବାଲିଗାଁ, ବାଦୁଆ, କମଳା ଖତ ଗ୍ରାମର ଲୋକମାନଙ୍କୁ ମତଦାନ ପାଇଁ ୧୦ରୁ ୨୦ କିଲୋମିଟରୁ ଅଧିକ ଦୂର ଯିବାକୁ ପଡୁଛି । ଏହା ଭିତରେ ୧୦ ରୁ ୨୦ କିଲୋମିଟର ରାସ୍ତା ଅତିକ୍ରମ କରିବା ପରେ ବସ ବା ଅଟୋ ଯୋଗେ ଯିବାକୁ ହୋଇଥାଏ । ସେହି ୨୦ କିଲୋମିଟର ଭିତରୁ ଆନ୍ଧ୍ର ପଟରୁ ୧୦ ଏବଂ ଓଡିଶା ପଟରୁ ୧୦ କି.ମି ଅତିକ୍ରମ କରି ଯିବାକୁ ପଡିଥାଏ ।

ଏହି ସବୁ ଗ୍ରାମବାସୀ ଆନ୍ଧ୍ର ସୀମାର ପାହାଡ ଉପରେ ଏବଂ ପାହାଡ ତଳେ ଥିବା ମହେନ୍ଦ୍ର ତନୟା ନଦୀ ପାଖରେ ୩୦ ବର୍ଷ ଆଗରୁ ରହିଆସିଛନ୍ତି । ଏହି ଲୋକମାନେ ପାଦଚଲା ରାସ୍ତାରେ ୧୦ ରୁ ୩୦ କିମି ଗଲାପରେ ଆନ୍ଧ୍ର ପାଖରେ ପହଞ୍ଚି ବସ, ଅଟୋ ଯୋଗେ ଆସି ମତଦାନ କେନ୍ଦ୍ରରେ ଭୋଟ ଦେଇଥାନ୍ତି । ବୁରାତାଲ ପଞ୍ଚାୟତର ଅଙ୍କୁରପାଲି ପଞ୍ଚାୟତର କୁମ୍ଭାରଦଲି ଗ୍ରାମର ଲୋକ ୬୦ କିଲୋମିଟର ଭୋଟ ଦେବାକୁ ଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନିର୍ବାଚନ ନିକଟବର୍ତ୍ତୀ ତାଡକା ସାହି ବୁଥରେ ହେବାର ଯୋଜନା ରହିଛି ।

Get real time updates directly on you device, subscribe now.