fbpx
BSKY
BJD MC SKY
BJD YOUTH SKY

ଓଡ଼ିଶା ଆସିବେ ବିଜେପି ହେଭିୱେଟ୍‌; ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କରିବେ ପ୍ରଚାର, ମୋଦୀଙ୍କ ରୋଡ୍ ଶୋ’କୁ ନେଇ ଉତ୍ସାହିତ ବିଜେପି ଶିବିର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପାଇଁ ଚଳଚଞ୍ଚଳ ପଲ୍ଲୀରୁ ସହର । ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ମଇଦାନ । ଭୋଟରୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜାରି ରହିଛି ରଣନୀତି । ଏଥିମଧ୍ୟରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ହେଭିୱେଟ୍ ।

ଲୋକସଭା ନିର୍ବାଚନ ପାଇଁ ବିଜେପିର ଫୋକସରେ ରହିଛି ଓଡ଼ିଶା । ଆସନ୍ତା ଦୁଇ ଦିନରେ ଓଡ଼ିଶା ଗସ୍ତରେ ଆସିବେ ୨ କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀ । ମେ ୮ରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମେ ୯ରେ ଆସିବେ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରାଜନାଥ ସିଂ ରାୟଗଡ଼ା, ଭବାନୀପାଟଣାରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବାବେଳେ ଗଡ଼କରୀ ପୁରୀ ସ୍ଥିତ କୃଷ୍ଣପ୍ରସାଦରେ ଏକ ପ୍ରଚାର ସମାବଶରେ ଯୋଗ ଦେବେ । ମେ ୮ ଏବଂ ୯ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନବରଙ୍ଗପୁର ଓ କୋରାପୁଟରେ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ । ସେମହିପରି ମେ ୯ରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଏବଂ ଖଲ୍ଲୀକୋଟରେ ପ୍ରଚାର କାର୍ଯ୍ୟକ୍ରମ କରିବେ । ଅପରପକ୍ଷରେ ଆସନ୍ତା ୧୦ ଓ ୧୧ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦ ତାରିଖରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ । ମାଷ୍ଟରକ୍ୟାଣ୍ଟିନ ଛକ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ହେବାକୁ ଥିବା ଏହି ରୋଡ ଶୋ’ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ । ଏହି ରୋଡ ସୋ’ରେ ସାମିଲ ହେବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ଏହାପୂର୍ବରୁ ମଇ ୬ ତାରିଖରେ ମଧ୍ୟ ଓଡ଼ିଶା ଗସ୍ତରେ ଆସି ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭା କରିଥିଲେ ମୋଦୀ । ଏହି ଜନସଭାରେ ବିଜେଡି ସରକାରକୁ ଟାର୍ଗେଟ କରିବା ସହ ଆସନ୍ତା ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଅନ୍ୟପଟେ ମୋଦୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ବିଜେପି ଶିବିର ବେଶ ଉତ୍ସାହିତ ରହିଛି ।

Get real time updates directly on you device, subscribe now.