fbpx
BSKY
BJD MC SKY
BJD YOUTH SKY

SSB ପକ୍ଷରୁ ସୂଚନା: ଜୁନ୍ ୭ରେ ହେବ ୨୦୬୪ ଶିକ୍ଷକ ପଦ ପାଇଁ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ତରଫରୁ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଜୁନ୍ ମାସ ୭ ତାରିଖରେ ୨୦୬୪ଟି ଶିକ୍ଷକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ଅନୁଗୁଳ, ବାଲେଶବର, ବ୍ରହ୍ମପୁର, ଭୁବନେଶ୍ୱର, ବଲାଙ୍ଗିର, କଟକ, କେନ୍ଦ୍ରାପଡ଼ା, କେଉଁଝର, କୋରାପୁଟ ଓ ସମ୍ବଲପୁର ଜୋନରେ ପରୀକ୍ଷା ଆୟୋଜିତ ହେବ । ସକାଳ ୮-୧୦. ସକାଳ ୧୧.୩୦-୧.୩୦ ଓ ଅପରାହ୍ଣ ୩-୫ଟା ପର୍ଯ୍ୟନ୍ତ ୩ଟି ଶିଟିଂରେ ପରୀକ୍ଷା କରାଯିବ । ଜୁନ୍ ପହିଲା ଦ୍ୱିପ୍ରହର ୧ଟା ସମୟରେ ଆଡମିଟ୍ କାର୍ଡ ଜାରି କରାଯିବ ।

ସୂଚନାଯୋଗ୍ୟ ଯେ, ଏସଏସବି ତରଫରୁ ରାଜ୍ୟର ଅଣ-ସରକାରୀ ପୂର୍ଣ୍ଣ ସହାୟତାପ୍ରାପ୍ତ ହାଇସ୍କୁଲମାନଙ୍କରେ ପ୍ରାର୍ଥୀଙ୍କୁ ନିଯୁକତି ଦିଆଯିବ । ଗତ ଜାନୁଆରୀ ମାସ ୮ ତାରିଖରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ୭ରେ ସମାପ୍ତ ହୋଇଥିଲା । ଟିଜିଟି (କଳା), ଟିଜିଟି (ପିସିଏମ), ଟିଜିଟି (ସିବିଜେଡ), ହିନ୍ଦି ଶିକ୍ଷକ, କ୍ଲାସିକାଲ ଶିକ୍ଷକ (ସଂସ୍କୃତ), ଉର୍ଦ୍ଦୁ ଶିକ୍ଷକ ଓ ପିଇଟି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ।

ଟିଜିଟି- କଳା ପାଇଁ ୯୧୨ଟି, ଟିଜିଟି-ପିସିଏମ ପାଇଁ ୨୦୨ଟି, ଟିଜିଟି-ବିସିଜେଡ ପାଇଁ ୧୮୭ଟି, ହିନ୍ଦି ଶିକ୍ଷକ ପାଇଁ ୧୯୪ଟି, ଶାସ୍ତ୍ରୀୟ ଶିକ୍ଷକ (ସଂସ୍କୃତ) ପାଇଁ ୩୧୭ଟି, ଊର୍ଦ୍ଦୁ ଶିକ୍ଷକ ପାଇଁ ୩ଟି ଓ ପିଇଟି ପାଇଁ ୨୪୯ଟି ପଦ ଖାଲି ରହିଥିଲା । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଥିଲା ।

ଲିଙ୍କ: https://ssbodisha.ac.in/wp-content/uploads/2024/05/165.pdf

Get real time updates directly on you device, subscribe now.