fbpx
BSKY
BJD MC SKY
BJD YOUTH SKY

(Video) ଗୌତମ ଅଦାନୀ ଅହମଦାବାଦରେ ଦେଲେ ଭୋଟ, ଜାଣନ୍ତୁ ମତଦାନ ପରେ କଣ କହିଲେ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଚେୟାରମ୍ୟାନ ଏବଂ କୋଟି କୋଟି ଟଙ୍କାର ବ୍ୟବସାୟୀ ଗୌତମ ଅଦାନୀ ଆଜି ଭାରତରେ ଚାଲୁଥିବା ଲୋକସଭା ନିର୍ବାଚନରେ ଭୋଟ ଦେଇଛନ୍ତି । ସେ ଗୁଜୁରାଟ ଅହମଦାବାଦର ନିଜ ଅଞ୍ଚଳରେ ପୋଲିଙ୍ଗ ବୁଥ ଯାଇ ଭୋଟ ଦେଇଛନ୍ତି । ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲୁରହିଛି ଏବଂ ଶିଳ୍ପପତି ଗୌତମ ଅଦାନୀ ଅହମଦାବାଦରେ ଲାଇନରେ ଠିଆ ହୋଇ ନିଜର ମତ ସାବ୍ୟସ୍ତ କରିଛନ୍ତି । ଗୌତମ ଅଦାନୀ ଭୋଟ ଦେବା ପରେ ସାମ୍ବାଦିକମାନଙ୍କ ସହ କଥା ହୋଇଛନ୍ତି ।

ସେ କହିଛନ୍ତି ଯେ, ଆଜି ଭୋଟ ଦେବା ପରେ କହିଛନ୍ତି ଯେ, ଆଜି ଗଣତନ୍ତ୍ରର ପର୍ବ ଅଟେ ଏବଂ ମୁଁ ଲୋକଙ୍କୁ ନିବେଦନ କରୁଛି ଯେ, ସେମାନେ ବାହରକୁ ଆସି ଭୋଟ ଦିଅନ୍ତୁ । ଭାରତ ଲଗାତାର ଆଗକୁ ବଢୁଛି ଏବଂ ଏହି ପ୍ରକ୍ରିୟା ଜାରି ରହିବ । ଦେଖନ୍ତୁ ପୋଷ୍ଟ କରାଯାଇଥିବା ଏହି ଟ୍ୱିଟରରେ ସେ କଣ କହିଛନ୍ତି ।

ଲୋକସଭା ନିର୍ବାଚନ ୨୦୨୪ ର ତୃତୀୟ ପର୍ଯ୍ୟାୟରେ ଆଜି ମଙ୍ଗଳବାର ଦିନ ୧୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୯୩ ସିଟରେ ମତଦାନ ହେଉଛି । ଏଠାରେ ଭୋଟିଂ ସକାଳ ୭ଟାରେ ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ ଦେଇଛନ୍ତି ।

Get real time updates directly on you device, subscribe now.