fbpx
BSKY
BJD MC SKY
BJD YOUTH SKY

ତିହାର ଜେଲରେ ହିଁ ରହିବେ କେଜ୍ରିୱାଲ, ସୁପ୍ରିମକୋର୍ଟଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି, ମେ’୯ରେ ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀର ମଦ ନୀତି ସହ ଜଡିତ ଏକ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କଠାରୁ ଅଶ୍ଵସ୍ତି ପାଇନାହାଁନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୨ 9 ରେ ହେବ। ମଧ୍ୟବର୍ତ୍ତୀକାଳୀନ ଜାମିନର ନିଷ୍ପତ୍ତି କେବେ ଆସିବ ତାହା କୋର୍ଟ ସ୍ପଷ୍ଟ କରି ନାହାଁନ୍ତି।

ଏହି ମାମଲାର ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚ ମଧ୍ୟ ଇଡିକୁ ଅନେକ ପ୍ରଶ୍ନ ପଚାରିଥିଲେ। ଜଜ ଇଡି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁଙ୍କୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫ ପୂର୍ବରୁ ଏବଂ ପରେ କେସ ଫାଲକୁ ଦାଖଲ କରିବାକୁ କହିଥିଲେ ।

କୋର୍ଟ ଇଡିଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ କିଛି ଜିନିଷକୁ ସାମ୍ନାକୁ ଆଣିବାରେ ଦୁଇ ବର୍ଷ ଲଗାଇଦେଇଛନ୍ତି । ମାମଲାରେ ସାକ୍ଷୀ ଏବଂ ଅଭିଯୁକ୍ତଙ୍କୁ ସିଧା ପ୍ରାସଙ୍ଗିକ ପ୍ରଶ୍ନ କାହିଁକି ପଚାରିନାହାନ୍ତି । ସେହିପରି କୋର୍ଟରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିଙ୍କ ପକ୍ଷରେ ରହି ଅତିରିକ୍ତ ସଲିସିଟର ଜେନେରାଲ ଏସବି ରାଜୁ କହିଛନ୍ତି ଯେ, ମାମଲାର ଆରମ୍ଭରେ ଯାଞ୍ଚର କେନ୍ଦ୍ରରେ କେଜ୍ରିୱାଲ ନଥିଲେ, ହେଲେ ପରେ ତାଙ୍କ ନାମ ସାମ୍ନାକୁ ଆସିଛି ।

Get real time updates directly on you device, subscribe now.