fbpx
BSKY
BJD MC SKY
BJD YOUTH SKY

ଭାରତରେ ପ୍ରଥମ ଥର ଉଦ୍‌ଘାଟିତ ହେଲା ହାଇବ୍ରିଡ୍ ପିଚ୍‌, କ୍ରିକେଟରେ ନୂଆ କ୍ରାନ୍ତି ଆଣିବ ବୋଲି କହିଛନ୍ତି IPL ଚେୟାରମ୍ୟାନ ଅରୁଣ ଧୂମଲ

ଶିମଲା: ହିମାଚଳ ପ୍ରଦେଶର ଧର୍ମଶାଳାରେ HPCA(ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ) କ୍ରିକେଟ ଷ୍ଟାଡିୟମରେ ଭାରତର ପ୍ରଥମ ହାଇବ୍ରିଡ୍ ପିଚ୍ ସୋମବାର ଉନ୍ମୋଚିତ ହୋଇଛି । ଏକ ଭବ୍ୟ ସମାରୋହ ମାଧ୍ୟମରେ ଏହି ପିଚ୍ ବିଶ୍ୱ ସାମ୍ନାରେ ଉପସ୍ଥାପିତ କରାଯାଇଥିଲା । ଆଇପିଏଲର ଚେୟାରମ୍ୟାନ ଅରୁଣ ଧୂମଲ ଏବଂ ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ଏସ୍‌ଆଇଏସର ଆନ୍ତର୍ଜାତୀୟ କ୍ରିକେଟ ନିର୍ଦ୍ଦେଶକ ପାଲ ଟେଲରଙ୍କ ଭଳି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏହି ସମାରୋହରେ ଯୋଗ ଦେଇଥିଲେ ।

ତେବେ ଆସନ୍ତୁ ଜାଣିବା ଏହି ‘ହାଇବ୍ରିଡ୍ ପିଚ୍‌’ର ବିଶେଷତ୍ୱ ବିଷୟରେ

ବାସ୍ତବରେ ପ୍ରାକୃତିକ ଟର୍ଫ ଏବଂ ଆର୍ଟିଫିସିଆଲ ଫାଇବରରେ ନିର୍ମିତ ହୋଇଥାଏ ଏହି ହାଇବ୍ରିଡ୍ ପିଚ୍ । ଅନ୍ୟ ସାଧାରଣ ପିଚ୍ ଅପେକ୍ଷା ଏହା ସ୍ଥାୟୀ ଅଟେ । ଗ୍ରାଉଣ୍ଡମ୍ୟାନଙ୍କୁ ଏହି ପିଚ୍ ଉପରେ ଅଧିକ କାମ କରିବାକୁ ପଡ଼ିନଥାଏ । ଏହି ପିଚରେ ଖେଳ ସ୍ଥିତିକୁ ବଜାୟ ରଖିବା ପାଇଁ ଆଇସିସିକୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇନଥାଏ । ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହି ପିଚରେ କେବଳ ଦିନିକିଆ ଅନ୍ତର୍ଜାତୀୟ ଏବଂ ଟି ୨୦ ଆନ୍ତର୍ଜାତୀୟ ଖେଳିବା ପାଇଁ ଅନୁମତି ଦିଆଯାଇଛି । ଚଳିତ ବର୍ଷ ଇଂଲଣ୍ଡ ଏହି ପିଚ୍ ଉପରେ ୪ ଦିବସୀୟ କାଉଣ୍ଟି ମ୍ୟାଚ୍ ଖେଳାଯିବା ନେଇ ଯୋଜନା କରୁଛି । ଇଂଲଣ୍ଡରେ ଲଡ୍‌ର୍ସ ଏବଂ ଦି ଓଭାଲ ଭଳି ପ୍ରତିଷ୍ଠିତ ମଇଦାନର ସଫଳତା ପରେ ଭାରତରେ ଏହି ହାଇବ୍ରିଡ୍ ପିଚ୍ କ୍ରିକେଟରେ କ୍ରାନ୍ତି ଆଣିବ ବୋଲି କହିଛନ୍ତି ଅରୁଣ ଧୂମଲ ।

 

 

Get real time updates directly on you device, subscribe now.