fbpx
BSKY
BJD MC SKY
BJD YOUTH SKY

ବୈଜ୍ଞାନିକମାନେ ବିକଶିତ କଲେ ‘All-in-One’ ଭ୍ୟାକ୍ସିନ: ଓମିକ୍ରନ, ଏକ୍ସ, ଗାମା ଓ ଡେଲଟା ପରି କରୋନାର ପ୍ରତ୍ୟେକ ଭାରିଆଣ୍ଟରୁ ମୁକ୍ତି ଦେବ ଗୋଟିଏ ଟିକା!

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଏବେ ଶିଥିଳ ପଡ଼ିଯାଇଥିଲେ ହେଁ ଆଜି ବି ଏହି ଭାଇରସକୁ ନେଇ ଜନମାନସରୁ ଭୟ ହଟିନାହିଁ । ଏହି ଭାଇରସ ତା’ର ସ୍ୱରୂପ ପରିବର୍ତ୍ତନ କରୁଥିବାରୁ ବୈଜ୍ଞାନିକମାନେ କୋଭିଡ-୧୯କୁ ନେଇ ନିୟମିତ ଭାବେ ଗବେଷଣା ଜାରି ରଖିଛନ୍ତି । ତେବେ କରୋନା ଭାଇରସର ସମସ୍ତ ଭାରିଆଣ୍ଟରୁ ମୁକ୍ତି ପାଇବା ପାଇଁ ବୈଜ୍ଞାନିକମାନେ ଏକ ବଡ଼ ସମାଧାନର ବାଟ ବାହାର କରିଛନ୍ତି । କେବଳ ଗୋଟିଏ ଟିକା ଦ୍ୱାରା କରୋନାର ଅନେକ ଭାରିଆଣ୍ଟରୁ ମୁକ୍ତି ମିଳିପାରିବ । ଆମେରିକା ଓ ୟୁରୋପର ବୈଜ୍ଞାନିକମାନେ ମିଶି ‘ଅଲ-ଇନ-ୱାନ’ ଭାକ୍ସିନ ପ୍ରସ୍ତୁତ କରିଛନ୍ତି । ଏହି ଟିକା ଓମିକ୍ରନ, ଡେଲଟା ସମେତ କରୋନାର ଅନେକ ଭାରିଆଣ୍ଟରୁ ରକ୍ଷା କରିପାରେ ବୋଲି କୁହାଯାଇଛି ।

ସୂଚନା ମୁତାବକ, ବିଶ୍ୱର ପ୍ରମୁଖ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କର ଏକ ଟିମ୍ କରୋନା ଭାଇରସ ବିରୋଧୀ ଲଢ଼େଇରେ ଏକ ବଡ଼ ସଫଳତା ହାସଲ କରିଛି । ଏହି ଟିମ୍ କରୋନାକୁ ମାତ୍ ଦେବା ପାଇଁ ନୂଆ ‘ଅଲ-ଇନ-ୱା’ ଡୋଜର ବିକଶିତ କରିଛି । ଏହି ଡୋଜ୍ ମଣିଷକୁ କରୋନା ଭାଇରସର ପ୍ରତ୍ୟେକ ଭାରିଆଣ୍ଟରୁ ରକ୍ଷା କରିପାରିବ ବୋଲି ଆଶା କରାଯାଉଛି । ସେଥିମଧ୍ୟରେ ଏପରି କିଛି ଭାରିଆଣ୍ଟ ସାମିଲ ରହିଛି, ଯାହା କି ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଏହି ଭାଇରସର ସ୍ୱରୂପ ଲୋକଙ୍କର ମୁସ୍କିଲ ବଢ଼ାଇବାରେ ଲାଗିଛି । ତେଣୁ କେବଳ ଭାକ୍ସିନ ଦ୍ୱାରା ହିଁ କେବଳ ଏହି ଭାଇରସ କବଳରୁ ରକ୍ଷା ମିଳିପାରିବ ।

ଆମେରିକା ଓ ୟୁରୋପର ବୈଜ୍ଞାନିକମାନେ ମିଶି ଏହି ନୂଆ ଭ୍ୟାକ୍ସିନର ସନ୍ଧାନ କରିଛନ୍ତି । ଏହି ଭ୍ୟାକ୍ସିନ ଡେଲଟା, ଓମିକ୍ରନ, ଅଲଫା, ଗାମା, ଏକ୍ସ ସମେତ କରୋନାର ସମସ୍ତ ଭାରିଆଣ୍ଟ କବଳରୁ ରକ୍ଷା କରିପାରିବ । ଏହି ରିସର୍ଚ୍ଚ ତଥ୍ୟ ନିକଟରେ ପ୍ରକାଶ ପାଇଥିବା ବେଳେ ମୂଷାଙ୍କ ଠାରେ ଏହାର ସଫଳତା ଆଶାନୁରୂପକ ରହିଥିବା କୁହାଯାଇଛି । ଅକ୍ସଫୋର୍ଡ, କେମ୍ବ୍ରିଜ ୟୁନିଭରସିଟି ଓ ଆମେରିକାର କ୍ୟାଲଟେକର ଗବେଷକମାନେ ମିଶି ଏହି ଷ୍ଟଡି କରିଛନ୍ତି । ସେଥିପାଇଁ କରୋନା ଭାଇରସର ଅଲଗା ଅଲଗା ଭାରିଆଣ୍ଟ ଉପରେ ଏହାର ପ୍ରଭାବ ବିଷୟରେ ଯାଞ୍ଚ କରାଯାଇଥିଲା । ସେଥିରେ ସାର୍ସ-କୋଭ-୨, ମନୁଷ୍ୟ ଦ୍ୱାରା ବ୍ୟାପୁଥିବା ଓ ମହାମାରୀ ସୃଷ୍ଟି କରିବାର କ୍ଷମତା ରଖୁଥିବା, ବାୟୁରେ ବୁଲୁଥିବା କିଛି ଭାରିଆଣ୍ଟକୁ ସାମିଲ କରାଯାଇଥିଲା ।

ପରବର୍ତ୍ତୀ କରୋନା ଭାଇରସ ଠାରୁ ଆମକୁ କିପରି ରକ୍ଷା ମିଳିପାରିବ ସେଥିପାଇଁ ଏପରି ଡୋଜ ପ୍ରସ୍ତୁତି ଉପରେ ବୈଜ୍ଞାନିକମାନେ ଧ୍ୟାନ ଦେଇଛନ୍ତି । କରୋନା ଭାଇରସ୍ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବା ଅନୁଚିତ ବୋଲି କେମ୍ବ୍ରିଜ ୟୁନିଭରସିଟିର ଜଣେ ଗବେଷକ କହିଛନ୍ତି । ବିଭିନ୍ନ ପ୍ରକାରର କରୋନା ଭାଇରସ ଠାରୁ କିପରି ସୁରକ୍ଷା ମିଳିପାରିବ ତାହାକୁ ସୃଷ୍ଟିରେ ରଖି ଏହି ଡୋଜ୍ ପ୍ରସ୍ତୁତ କରାଯାଇଛି । ସେଥିମଧ୍ୟରେ ଏପରି କିଛି ଭାରିଆଣ୍ଟ ସାମିଲ ରହିଛି, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଜାଣିନାହେଁ । ଗତଥର କୋଭିଡ ଆସିବା ସମୟରେ ଏହି ଟିମ ପ୍ରଭାବି କୋଭିଡ ଭ୍ୟାକ୍ସିନ ତ୍ୱରିତ ଉତ୍ପାଦନ କ୍ଷେତ୍ରରେ ବହୁତ ସଫଳତା ହାସଲ କରିଥିଲା । ମାତ୍ର ସାରା ବିଶ୍ୱ ସମ୍ମୁଖରେ କୋଭିଡର ମୃତ୍ୟୁ ସଂଖ୍ୟା ଏବେ ବି ବଡ଼ ସଙ୍କଟ ହୋଇ ରହିଛି । ତେଣୁ ତା’ ଉପରେ ଆମକୁ କାମ କରିବାର ଆବଶ୍ୟକତା ରହିଛି । ଏହାଠାରୁ କିପରି ଅଧିକ ଭଲ କାମ କରିହେବ ସେନେଇ ଚିନ୍ତା କରିବା ଜରୁରୀ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଗତ ଥରର କାର୍ଯ୍ୟରେ ଅନେକ ସୁଧାର ଅଣାଯାଇ କୋଭିଡ ବିରୋଧୀ ‘ଅଲ-ଇନ-ୱାନ’ ଭ୍ୟାକ୍ସିନକୁ ବିକଶିତ କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.