fbpx
BSKY
BJD MC SKY
BJD YOUTH SKY

ନକଲି ନିଟ୍ ପରୀକ୍ଷାର୍ଥୀ ସହ ୩ ଗିରଫ, ଟଙ୍କା ଦେଇଥିବା ଛାତ୍ର ଫେରାର

ଭଦ୍ରକ: ମେ’ ୫ରେ ନିଟ୍ ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଦେଶରେ ପ୍ରାୟ ୫୫୭ ସହରରୁ ୨୪ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ । ପରୀକ୍ଷା କିପରି ସୁରୁଖୁରୁରେ ହେବ ସେ ନେଇ NTA ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଏଥିମଧ୍ୟରେ ଭଦ୍ରକରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି । ନିଟ୍ ପରୀକ୍ଷା ଦେଇଥିବା ନକଲି ପରୀକ୍ଷାର୍ଥୀ ପୋଲିସ ହାତରେ ଧରାପଡ଼ିଛନ୍ତି ।

ସୂତ୍ରରୁ ପ୍ରକାଶ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲପୁର ସ୍ଥିତ ସେଣ୍ଟରରୁ ଧରାପଡ଼ିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । କୋଲକାତାର ଜଣେ ମେଡିକାଲ ଛାତ୍ର ପରୀକ୍ଷା ଦେଉଥିବାର ଜଣାପଡ଼ିଛି । ସେ ମୟୁରଭଞ୍ଜର ଜଣେ ଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ । ଟିପ ଚିହ୍ନ ଓ ଆଧାର କାର୍ଡ଼ରୁ ଛାତ୍ର ଜଣଙ୍କ ନକଲି ବୋଲି ଜଣାପଡ଼ିଥିଲେ । ଗ୍ରାମାଞ୍ଚଳ ପୋଲିସ ୨ ମଧ୍ୟସ୍ଥି ସହ ଛାତ୍ର ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ଟଙ୍କା ଦେଇଥିବା ଛାତ୍ର ଓ ଆଉ ଦୁଇ ମଧ୍ୟସ୍ଥି ଫେରାର ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.