fbpx
BSKY
BJD MC SKY
BJD YOUTH SKY

ବିଜେପିରେ ସାମିଲ ହେଲେ ଶେଖର ସୁମନ: କହିଲେ-‘ମୁଁ ସାଧାରଣ ଲୋକ, ହିରାମଣ୍ଡିର ନବାବ ନୁହେଁ…’

ନୂଆଦିଲ୍ଲୀ: ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।  ଦୀର୍ଘ ସମୟ ଧରି ଲାଇମଲାଇଟ୍ ଠାରୁ ଦୂରରେ ରହିବା ପରେ ଶେଖର ସୁମନ ହଠାତ୍ ସଞ୍ଜୟ ଲୀଲା ଭନସାଲୀଙ୍କ ୱେବସିରିଜ୍ ‘ହିରାମଣ୍ଡି’ ସହିତ ଲାଇମ୍ ଲାଇଟକୁ ଆସିଛନ୍ତି  । ହିରାମଣ୍ଡି ରିଲିଜ୍ ହେବା ପରେ ସେ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଶେଖର ସୁମନଙ୍କ ସହ କଂଗ୍ରେସ ମୁଖପାତ୍ର ରାଧିକା ଖେଡା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ ଉଭୟ ନେତା ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ ।

 

ବିଜେପିରେ ଯୋଗଦେବା ପରେ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶେଖର ସୁମନ କହିଛନ୍ତି- ‘ଗତକାଲି ପର୍ଯ୍ୟନ୍ତ ମୁଁ ନିଜେ ଜାଣି ନଥିଲି ଯେ ମୁଁ ଆଜି ଏଠାରେ ବସିବି । ମୁଁ ସକାରାତ୍ମକ ଚିନ୍ତାଧାରା ସହିତ ଆସିଛି  । ରାମ ଯାହା ନିଷ୍ପତ୍ତି ନେଇଛନ୍ତି ତାହା କରିବାକୁ ହେବ  । ମୋ ମନରେ କେବଳ ଦେଶ ବିଷୟରେ ଚିନ୍ତା ଅଛି  । ମୋଦୀ ଜୀଙ୍କ ମାର୍ଗଦର୍ଶନରେ ଦେଶ ଯେଉଁ ବିକାଶ କରୁଛି ସେଥିରେ ଯୋଗଦେବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ।’

 

ଯେତେବେଳେ ହିରାମଣ୍ଡିରେ ନବାବଙ୍କ ଚରିତ୍ର ବିଷୟରେ ପଚରାଗଲା, ଶେଖର ସୁମନ କହିଛନ୍ତି- ‘ମୁଁ ହିରାମଣ୍ଡିକୁୁ ହିଟ୍ ହେବାକୁ ଅପେକ୍ଷା କରିଥିଲି ଯାହା ଦ୍ୱାରା ଲୋକମାନେ ଭାବିବେ ନାହିଁ କି ମୁଁ ଖାଲି ବସିଥିଲି ।  ମୋର ଭବିଷ୍ୟବାଣୀ ହିରାମାଣ୍ଡିରେ ସୀମିତ  ।’

Get real time updates directly on you device, subscribe now.