fbpx

ରାଜ୍ୟର ଏହି ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ, ଜାଣନ୍ତୁ କେଉଁଟି?

Advertisement

କୁଚିଣ୍ଡା,୧୫ ।୧୨(ଓଡିଶା ଭାସ୍କର): ସମ୍ବଲପୁର ବାମରାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏଥିଯୋଗୁଁ ଗାଡିମୋଟର, ରେଳ ଚଳାଚଳ ଓ ବଜାର ବନ୍ଦ ରହିଛି । ରେଳ ଚଳାଚଳ ୩ଟି ଏକ୍ସପ୍ରେସ୍ ଟ୍ରେନ୍ ରହଣି ଓ ରେଳ ଫାଟକରେ ଓଭରବ୍ରିଜ ନିର୍ମାଣ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ରେଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବାମରା ଷ୍ଟେସନରେ ରେଳରୋକ କରାଯାଇଛି । ଲୋକମାନେ ରେଳଧାରଣା ଉପରେ ବସି ରେଳରୋକ କରୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ବିଫଳ ପରେ ବନ୍ଦ ଡାକରାର ନିଷ୍ପତ୍ତି ନିଆଯାଇଛି । ତେବେ ରେଳ କ୍ରିୟାନୁଷ୍ଠାନ କମିଟିର ବନ୍ଦ ଡାକରାକୁ ସର୍ବଦଳୀୟ ପକ୍ଷରୁ ସମର୍ଥନ କରାଯାଇଛି ।

Get real time updates directly on you device, subscribe now.