fbpx

ପ୍ରଦୀପଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୧୫ା୧୨ (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସଆଇଟି । ଏନେଇ ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି କ୍ରାଇମବ୍ରାଞ୍ଚ ୨ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ।

ତେବେ ପ୍ରଦୀପଙ୍କୁ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଏସଆଇଟି ଠକେଇ ମାମଲାର ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ଲୋକାୟୁକ୍ତ ପ୍ରଦୀପଙ୍କ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତକାରୀ ସଂସ୍ଥାର ତଥ୍ୟ ଆଧାରରେ ଆସନ୍ତା ଫେବୃଆରୀ ମାସ ୧୨ ତାରିଖରେ ଲୋକାୟୁକ୍ତ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୂଚନା ଦେଇଥିଲେ ।

Get real time updates directly on you device, subscribe now.