fbpx
BSKY SKY
BSKY SKY

କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ

BSKY

ବଲାଙ୍ଗୀର: କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ଡାକରା ବନ୍ଦ ଡାକରା ଦିଆଯାଇଥିଲା। ତେବେ ଏହି ବନ୍ଦ ଡାକରାରେ ସହରର ୪୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଆଜି ସକାଳୁ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ କାର୍ୟ୍ୟାଳୟ ବନ୍ଦ ରହିଛି।

ସେହିପରି ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚକା ଯାମ କରାଯାଇଛି । କଣ୍ଟାବାଞ୍ଜି ସହରକୁ ସଂଯୋଗ କରୁଥିବା ରାସ୍ତାକୁ ଅବରୋଧ କରିବା ଫଳରେ ଶହ ଶହ ଗାଡି ମଧ୍ୟ ଅଟକି ରହିଛି । ଏହି ଦାବିକୁ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଅନେକ ସ୍ୱେଚ୍ଛାସେବୀ ଏବଂ ସାମାଜିକ ସଂଗଠନ ନିଜର ସମର୍ଥନ ଜଣାଇଛନ୍ତି ।

ପୂର୍ବରୁ ମଧ୍ୟ ଏହାକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜୋରଦାର ଆନ୍ଦୋଳନ କରାଯାଇଥିଲା । ସେପଟେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଜିଲ୍ଲା ସଙ୍ଘର୍ଷ ସମିତିର ସଭାପତି ଶେଷଦେବ ପୁଟେଲ କାର୍ଯ୍ୟକାରୀ ସଭାପତି ବ୍ରଜ ଶ୍ୟାମ ଗୁରୁ, ଏନଏସି ଅଧକ୍ଷ ବରିୟାମ ସିଂହ ସାଲୁଜା, ବିଦେଶୀ ବେହେରା, ଅଜୟ ଅଗ୍ରୱାଲ, ପ୍ରଦୀପ ବାଗ, ଅମରଚନ୍ଦ ଶର୍ମା ଓ ବିଭିନ୍ନ ସଂଗଠନର ସଦସ୍ୟମାନେ ଏଥିରେ ସାମିଲ ହୋଇ ବନ୍ଦ ପାଳନ କରୁଛନ୍ତି ।

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ – Sambad

Get real time updates directly on you device, subscribe now.