fbpx

ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ରାସ୍ତା ଖୋଲିଲା: ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟଙ୍କ ପରିବର୍ତ୍ତନ

କଟକ: ନର୍ସିଂ ଅଫିସର ନିଯୁକ୍ତି ଉପରେ ଲାଗିଥିବା ରୋକ୍ କୁ ନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ବର୍ତ୍ତମାନ ୭୪୮୩ ନର୍ସିଂ ଅଫିସର ପଦବୀ ପାଇଁ ରାସ୍ତା ଫିଟିଯାଇଛି । ଇଚ୍ଚୁକ ପ୍ରାର୍ଥିମାନେ ଆବେଦନ କରି ଚାକିରି କରିବାର ସୁଯୋଗ ପୁଣିଥରେ ଉପଲବ୍ଧ ହୋଇଛି । ଏ ନେଇ ଅନ୍ତରୀଣ ନିର୍ଦ୍ଦେଶରେ ମାନ୍ୟବର ହାଇକୋର୍ଟ ପରିବର୍ତ୍ତନ ଆଣିଛନ୍ତି । ଗତ ମେ’ ୧ ତାରିଖରେ ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋଟ ବର୍ତ୍ତମାନ ପରିବର୍ତ୍ତନ କରି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ କେବଳ ଆବେଦନକାରୀ ଫାର୍ମାସିଷ୍ଟମାନଙ୍କ ପାଇଁ ପଦବୀ ସଂରକ୍ଷିତ ରହିପାରିବ । ଅନ୍ୟ ପଦବୀ ଗୁଡ଼ିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ତେବେ ନିଯୁକ୍ତିରେ ଅଗ୍ରାଧିକାର ନେଇ ର୍ଫମାସିଷ୍ଟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ଅଗ୍ରାଧିକାର ଦେବା ପାଇଁ ଦାବି କରିଥିଲେ । ତେବେ ଏ ନେଇ ଗତ ମେ’ ୧ ତାରିଖରେ ନିଯୁକ୍ତି ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ । ଏହାପରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକାରୀ । ବର୍ତ୍ତମାନ ଏହି ନିଷ୍ପତ୍ତିକୁ ପରିବର୍ତ୍ତନ କରି ନିଯୁକ୍ତି ପାଇଁ ଅନୁମତି ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

Get real time updates directly on you device, subscribe now.