fbpx
BSKY
BJD MC SKY
BJD MS SKY

T-20 ବିଶ୍ୱକପ ପୂର୍ବରୁ ରୋହିତ ଆହତ! ଭାରତୀୟ ଦଳକୁ ଲାଗିପାରେ ଶକ୍ତ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ଲାଗି ରହିଛି । ଏହାପରେ ଆମେରିକା ଏବଂ ୱେ୍େଟ ଇଣ୍ଡିଜରେ ଟି-୨୦ ବିଶ୍ୱକପ ଆୟୋଜନ ହେବ । ତେବେଏହି ବିଶ୍ୱକପ ପୂର୍ବର ଟିମ ଇଣ୍ଡିଆ ପାଇଁ ଏକ ସମସ୍ୟା ଦେଖା ଦେଇଛି । ବିଶ୍ୱକପରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ଫେରୁଥିବା ବେଳେ ବିରାଟ କୋହଲି ଏବଂ ରିଷଭ ପନ୍ତ ମଧ୍ୟ ଦଳକୁ କମବ୍ୟାକ କରୁଛନ୍ତି । ତେବେ ଦଳ ଘୋଷଣା ପରେ ଟିମ ଇଣ୍ଡିଆକୁ ଏକ ଶକ୍ତାଝଟକା ଲାଗିଛି । ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ଆହତ ହୋଇଥିବା ଜାଣିବାକୁ ମିଳିଛି । ଫଳରେ କୋଲକାତା ବିପକ୍ଷ ମ୍ୟାଚରେ ଇମ୍ପାକ୍ଟ ପ୍ଳେୟର ଭାବରେ ଏହି ମ୍ୟାଚରେ ସୁଯୋଗ ପାଇଥିଲେ ।

ଆଇପିଏଲ-୨୦୨୪ରେ ଆହତ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା । ଏ ନେଇ ଦଳର ଷ୍ଟାର ବୋଲର ପିୟୁଷ ଚାୱଲା ସୂଚନା ଦେଇଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚରେ ଟସ୍ ସମୟରେ ଏକ ବଡ଼ ଘୋଷଣା କରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ଦଳରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ବାଦ୍ ଦିଆଯାଇଥିଲା । ତେବେ ଏହାର କାରଣ ହାର୍ଦ୍ଦିକ କିଛି କହି ନଥିବା ବେଳେ ଦ୍ୱିତୀୟ ଇନିଂସରେ ରୋହିତ ଇମ୍ପାକ୍ଟ ପ୍ଲେୟର ଭାବରେ ବ୍ୟାଟିଂ କରିବାକୁ ଆସିଥିଲେ । ତେବେ ହାର୍ଦ୍ଦିକଙ୍କ ଏହି ନିଷ୍ପତ୍ତିକୁ ନେଇ ଖୁବ ପ୍ରଶ୍ନ ଉଠିଛି । କାହିଁକି କୋଲକାତା ବିପକ୍ଷରେ ଫିଲ୍ଡିଂ କରିବାକୁ ଆସିଲେନି ରୋହିତ? ତେବେ ସେ ଆହତ ଥିବାରୁ ଫିଲ୍ଡିଂ କରିବାକୁ ଆସି ନଥିବା ଆଲୋଚନା ଆରମ୍ଭ ହୋଇଥିଲା । ତେବେ ମ୍ୟାଚ ପରେ ଭେଟେରାନ୍ ସ୍ପିନର ପିୟୁଷ ଚାୱଲା ଏହାର ଉତ୍ତର ରଖିଛନ୍ତି ।

ହାର୍ଦ୍ଦିକଙ୍କଏହି ନିଷ୍ପତ୍ତିକୁ ନେଇ ପିୟୁଷ କହିଛନ୍ତି ଯେ, ରୋହିତ ପିଠିରେ ସାମାନ୍ୟ ସମସ୍ୟା ଅନୁଭବ କରୁଛନ୍ତି । ତାଙ୍କ ପିଠିରେ ଯନ୍ତ୍ରଣା ଥିବାରୁ ତାଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦିଆଯାଇଥିଲା ଏବଂ ପରେ ଇମ୍ପାକ୍ଟ ପ୍ଲେୟର ଭାବରେ ବ୍ୟାଟିଂ କରିଛନ୍ତି ରୋହିତ । ତେବେ ଟି-୨୦ ବିଶ୍ୱକପ ପୂର୍ବରୁ ରୋହିତଙ୍କ ଆହତ ସମସ୍ୟା ଟିମ ଇଣ୍ଡିଆ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି । ସେପଟେ ରୋହିତଙ୍କ ଏହି ଆଘାତ ବିଶେଷ ଗୁରୁତର ନୁହେଁ ବୋଲି ଜାଣିବାକୁ ମିଳିଛି । ତେଣୁ ସେ ଖୁବଶୀଘ୍ର ସୁସ୍ଥ ହୋଇ କମବ୍ୟାକ କରିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.