fbpx

ଭୋଜପୁରୀ ସୁପରଷ୍ଟାର ପବନ ସିଂହ ବିଜେପିରୁ ବହିଷ୍କୃତ

Advertisement

ନୂଆଦିଲ୍ଲୀ: ଭୋଜପୁରୀ ସୁପରଷ୍ଟାର ପବନ ସିଂହ ବିଜେପିରୁ ବହିଷ୍କୃତ ହୋଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନହୀନ କାର୍ଯ୍ୟ ପାଇଁ ପବନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିହାର ଭାଜପା ଅଧ୍ୟକ୍ଷ ସମ୍ରାଟ ଚୌଧରୀଙ୍କ ନିର୍ଦ୍ଦେଶ ପରେ ପବନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । କାରାକାଟ ଲୋକସଭା ଆସନର ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶବାହାଙ୍କ ବିରୋଧରେ ପବନ ସ୍ୱାଧୀନ ଭାବେ ଲଢ଼ୁଛନ୍ତି ।

ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ଆସନରୁ ପବନଙ୍କୁ ବିଜେପି ପ୍ରାର୍ଥୀ କରିଥିଲା । ମାତ୍ର ପବନ ଟିକେଟ ଫେରସ୍ତ କରିଦେଇଥିଲେ ଓ ବିହାରର କାରାକାଟ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ମାଗିଥିଲେ । ଏହାପରେ ଦଳ ଆସନସୋଲ ଆସନ ପାଇଁ ଅନ୍ୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା । ଏହାପରେ ପବନ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେପି ପ୍ରାର୍ଥୀ ଉପନ୍ଦ୍ରେ କୁଶବାହାଙ୍କ ବିରୋଧରେ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେଣୁ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିବା ପରେ ପବନଙ୍କ ଉପରେ ଦଳର ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.