fbpx
BJD SKY
BJD SKY

‘ପୁଣି ୨ ଭାଗ ହୋଇଯିବ କଂଗ୍ରେସ, ରାୱଲପିଣ୍ଡିରୁ ନିର୍ବାଚନ ଲଢନ୍ତୁ ରାହୁଲ ଗାନ୍ଧୀ,’ କିଛି ଏପରି ବୟାନ ରଖିଛନ୍ତି କଂଗ୍ରେସର ପୂର୍ବତନ ନେତା

BJD

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୱେୟନାଡ ବ୍ୟତିତ ଉତ୍ତରପ୍ରଦେଶର ରାୟବରେଲୀ ଆସନରୁ ବି ଲୋକସଭା ନିର୍ବାଚନ ଲଢୁଛନ୍ତି । ପ୍ରିୟଙ୍କା ଗାନ୍ଧୀ ଏଥର ନିର୍ବାଚନ ଲଢିବା ନେଇ ଅଟକଳ କରାଯାଉଥିଲା କିନ୍ତୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହି ଦେଇଛନ୍ତି । ଏହାରି ମଧ୍ୟରେ ପୂର୍ବତନ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଲୋକସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ କଂଗ୍ରେସ ୨ ଭାଗ ହୋଇଯିବ । ଗୋଟିଏ ଭାଗ ରାହୁଲ ଗାନ୍ଧୀଙ୍କର ହେବ ଓ ଅନ୍ୟ ଭାଗ ପ୍ରିୟଙ୍କା ଗାନ୍ଧୀଙ୍କର ହେବ । ଏହା ବ୍ୟତିତ ସେ କହିଛନ୍ତି ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ ।

ସେ କହିଛନ୍ତି ରାହୁଲ ଯେପରି ଭାବରେ କଂଗ୍ରେସ ଛାଡିଛନ୍ତି ଏହାଦ୍ୱାରା ଦଳର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ହ୍ରାସ ପାଇଛି । ସେ ଏଥର ନିର୍ବାଚନ ଲଢୁନାହାନ୍ତି ଅପରପକ୍ଷେ ସେ ନିଜ ସମର୍ଥକଙ୍କ ହୃଦୟରେ ଜ୍ୱାଳାମୁଖୀ ରୂପ ନେଉଛନ୍ତି ଯାହା ଜୁନ୍ ୪ ପରେ ଫାଟିବ । କଂଗ୍ରେସ ପୁଣି ୨ ଭାଗରେ ବିଭକ୍ତ ହୋଇଯିବ । ସେ କହିଛନ୍ତି ମୋତେ ଲାଗୁଛି କି ରାହୁଲ ଗାନ୍ଧୀ ରାୟବରେଲୀ ପରିବର୍ତ୍ତେ ରାୱଲପିଣ୍ଡିରୁ ନିର୍ବାଚନ ଲଢିବା ଉଚିତ । କାରଣ ତାଙ୍କ ଲୋକପ୍ରିୟତା ପାକିସ୍ତାନରେ ବଢୁଛି ।

ଏହା ପୂର୍ବରୁ ପ୍ରମୋଦ କୃଷ୍ଣମ କହିଥିଲେ ପ୍ରିୟଙ୍କା ଗାନ୍ଧୀ ଦଳରେ ଚାଲିଥିବା ଚକ୍ରାନ୍ତର ଶିକାର ହୋଇଛନ୍ତି । ସେ କହିଛନ୍ତି କି ରାହୁଲ ଗାନ୍ଧୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ବାଚନ ଲଢିବାକୁ ଦେବେ ନାହିଁ । କୃଷ୍ଣମ ଆହୁରି କହିଛନ୍ତି ଯଦି ରାହୁଲ ଗାନ୍ଧୀ ଆମେଥିରୁ ନିର୍ବାଚନ ଲଢୁନାହାନ୍ତି ତେବେ ବାରାଣସୀରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢନ୍ତୁ ।

Get real time updates directly on you device, subscribe now.