fbpx
BSKY
BJD SHG SKY
BJD YOUTH SKY

ପିଆଜ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି । ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜରିଆରେ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଗତ ମାସରେ କେନ୍ଦ୍ର ସରକାର ବାଂଲାଦେଶ, ୟୁଏଇ, ଭୁଟାନ, ବାହାରିନ, ମରିସସ ଓ ଶ୍ରୀଲଙ୍କା ଭଳି ୬ଟି ଦେଶକୁ ୯୯ ହଜାର ମେଟ୍ରିକ ଟନ୍ ପିଆଜ ରପ୍ତାନି ପାଇଁ ଅନୁମତି ଦେଇଥିଲେ । ରବି ଓ ଖରିଫ ଫସଲରେ ଆନୁମାନିକ ଅଭାବ ଯୋଗୁଁ ପିଆଜର ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଗତ ବର୍ଷ ଡିସେମ୍ବରରେ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ପିଆଜ ଦରନିୟନ୍ତ୍ରଣ ପାଇଁ ସରକାର ଗତ କିଛି ମାସ ହେବ ପିଆଜ ରପ୍ତାନି ବନ୍ଦ କରିଥିଲେ। ଦେଶରେ ପିଆଜ ମୁଦ୍ରାସ୍ଫୀତିରୁ ଜନସାଧାରଣ ଯେପରି ମୁକ୍ତି ପାଇପାରିବେ ସେଥିପାଇଁ ସରକାର ପିଆଜ ରପ୍ତାନି ବନ୍ଦ କରିଥିଲେ । କୃଷି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୨୪ ରେ ପିଆଜ ଉତ୍ପାଦନ ପ୍ରାୟ ୨୫୪.୭୩ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଛି। ଗତବର୍ଷ ଏହି ପରିମାଣ ୩୦୨.୦୮ ଲକ୍ଷ ଟନ୍ ଥିଲା। ଭାରତରେ ପିଆଜ ମୁଖ୍ୟତଃ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ଚାଷ କରାଯାଏ । ସରକାର ପିଆଜର ସଂରକ୍ଷଣରେ ମଧ୍ୟ ଉନ୍ନତି ଆଣିଛନ୍ତି। ପିଆଜ ସଂରକ୍ଷଣ କ୍ଷମତା ୧୨୦୦ ଟନ୍ରୁ ୫୦୦୦ ଟନ୍କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ପିଆଜ ନଷ୍ଟ କମିବ ବୋଲି ସରକାର ଆଶା ରଖିଛନ୍ତି।

Get real time updates directly on you device, subscribe now.